ବନ ଜ୍ୟୋସ୍ନା ପକ୍ଷରୁ ଦ୍ଵାଦଶତମ ପୁସ୍ତକମେଳା ଓ ସାଂସ୍କୃତିକ ଉତ୍ସବ ଉଦଯାପିତ
Udaya_Labanya | May 4, 2022 | 18 views |0 | Breaking News
ଫୁଲବାଣୀ(ସୁନୀଲ ପଟନାୟକ)
ଏକ ସୁସ୍ଥ ସମାଜ ଗଠନ କରିବାରେ ଭାଷା ସାହିତ୍ୟ ର ଯଥେଷ୍ଟ ଗୁରୁତ୍ୱ ରହିଛି ଏଣୁ ସମସ୍ତଙ୍କ ସାହିତ୍ୟ ପ୍ରତି ଆଗ୍ରହ ରହିବା ଆବଶ୍ୟକ ବୋଲି ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନାର ଦ୍ଵାଦଶ ତମ ପୁସ୍ତକ ଉତ୍ସବ ଉଦଯାପନୀ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଫୁଲ ବାଣୀ ଉପ ଜିଲାପାଳ ଶେଷ ଦେବ ମିଶ୍ର କହିଛନ୍ତି । ସେହିପରିଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ ଜେନା, କ୍ରୀଡ଼ା ସମ୍ପାଦକ ଓ ଆଇନଜୀବି ଶିବ ପ୍ରସାଦ ତ୍ରୀପାଠି, ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ଓ ,ଅନୁଷ୍ଠାନରସଭାପତି ପ୍ରଶାନ୍ତ ବେହେରା ସାହିତ୍ୟିକ ଶ୍ରୀମତୀ ପାତ୍ର ପ୍ରମୁଖ ଯୋଗ ଦେଇ ନୂତନ କବି, ସାହିତ୍ୟିକ ଓ ପାଠକସୃଷ୍ଟି କରିବା ସହ ଭାଷା ସାହିତ୍ୟ ର ପ୍ରଚାର ପ୍ରସାର କରିବାରେ ରେ ବନଜ୍ୟୋସ୍ନାର ନିରନ୍ତର ପ୍ରୟାସକୁ ପ୍ରସ ସାଂ କରିଥିଲେl ପୁସ୍ତକ ମେଳା ଅବସର ରେ ସାମ୍ବାଦିକ ରାଧାମୋହନ ମହାପାତ୍ର ଙ୍କ ଲିଖିତ ଶେଷ ପୃଷ୍ଠା,ଓ ଡ଼ଃ କାଁହୂ ଚରଣ ଶତପଥି ଙ୍କ ଲିଖିତ ମଧୂବ୍ରତା ନାମକ ପୁସ୍ତକ ଉନ୍ମୋଚିତ ହୋଇଥିଲା l
ଅନୁଷ୍ଠାନର ସଂପାଦକ ତଥ। ଅଧ୍ୟାପକ ଡ. କାହୁ ଚରଣ ଶତପଥି ସଭା ପରିଚାଳନା କରିଥିବାବେଳେ ଓ ପ୍ରଣତି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରି ଥିଲେ ।ସେହିପରି ବୈଜୟନ୍ତୀ ମାଳା ମହାପାତ୍ର, ଶିବାନୀ ସୁଆର, ଓ ଅନ୍ୟମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l
ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତା ର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।