ମନୋରଂଜନ ସାଂସ୍କୃତିକ ପରିଷଦର ଆଖିମୁଠି ଅନୁକୂଳ

Udaya_Labanya | May 4, 2022 | 27 views |0 | Breaking News

ଭୁବନେଶ୍ୱର(ଉଲାପ୍ର)ରାଜଧାନୀ ଉପକଣ୍ଠ ମେଣ୍ଢାଶାଳ ଠାରେ ଅଜି ଅକ୍ଷୟ ତୃତୀୟା ଅବସର ରେ ମନୋରଂଜନ ସାଂସ୍କୃତିକ ପରିଷଦର କଳା ସାହିତ୍ୟ ସଂସ୍କୃତି ବଞ୍ଚାଅ ଅଭିଯାନ ଆନୁକୁଲ୍ୟରେ ବିଧି ଅନୁସାରେ ଆଖି ମୁଠି ଅନୁକୂଳ କରାଗଲା। ଏହି କାର୍ଯ୍ୟକ୍ରମରେ ପ୍ରେରଣାର ଅଧକ୍ଷ ଶ୍ରୀଯୁକ୍ତ ଦିଲୀପ ଶ୍ରଚନ୍ଦନ ଯୋଗ ଦେଇ ହଳ ଲଙ୍ଗଳ ଦ୍ଵାରା ବିଲ ଚାଷ କରିଥିଲେ ଓ ବିହନ ବିଲାରେ ବୁଣିଥିଲେ । କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଥିବା ମେଣ୍ଢା ଶାଳ ର ଚାଷୀ ମାନଙ୍କୁ ପ୍ରଶଂସା କରି ସେମାନଙ୍କ ଉଦ୍ଦେଶ୍ୟରେ ଦୁଇ ପଦ ଗୀତ ଗାଇ କୃଷକ ମାନଙ୍କ ମନୋବଳ ବଢ଼ାଇ ଥିଲେ। ମୂଖ୍ୟ ଅତିଥି ଶ୍ରୀଯୁକ୍ତ ଶ୍ରୀଚନନ୍ଦ କାର୍ଯ୍ୟକ୍ରମରେ ଗ୍ରାମର ପୁରୁଖା ମୂରବୀ ମାନଙ୍କ ସହ ବିଭିନ୍ନ ଗଣ ମାଧ୍ୟମର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏହି ଆଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ପରେ ମେଣ୍ଢା ଶାଳ ଗ୍ରାମର ହ୍ରଦ ପୋଖରୀ ପାଖରେ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଛତବର ପଞ୍ଚାୟତ ର ସରପଞ୍ଚ ଶ୍ରୀ ବିଷ୍ଣୁ ପ୍ରସାଦ ଡେଙ୍ଗ ଢେର୍ ପ୍ରଶଂସା କରିଥିଲେ। ସମାଜସେବୀ ପ୍ରଭାତ ରାଉତରାୟ, ମହେନ୍ଦ୍ର ପ୍ରଧାନ, ଶ୍ରୀନିବାସ ମହାପାତ୍ର, ତ୍ରିଲୋଚନ ସାମନ୍ତରାୟ, ରିଙ୍କୁ ସାମନ୍ତରାୟ, ଲୁଲେଇ ପ୍ରଧାନ ଇତ୍ୟାଦି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥଲେ। ଶେଷରେ ମନୋରଂଜନ ସାଂସ୍କୃତିକ ପରିଷଦରଆବାହକ ପ୍ରଶାନ୍ତ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ…

Udaya_Labanya | January 28, 2023 | 1 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ କମିଶନର ଓ ପ୍ରମୁଖ ସଚିବଙ୍କ ପତ୍ର କ୍ରମେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର…

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

Udaya_Labanya | January 28, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହୋଇ ଉଦଯାପିତ ହୋଇଯାଇଛି।ସଂଯୁକ୍ତା ନାୟକ ଏହି କାର୍ଯ୍ୟକ୍ରମର ସଂଯୋଜିକା ଥିବା ବେଳେ ଅଧ୍ୟକ୍ଷ କାର୍ତ୍ତିକ…

Leave a Reply

Your email address will not be published. Required fields are marked *

Archives

Categories