#Breaking News

ବାଲିଗୁଡା: ସାଇ ମନ୍ଦିରରେ ମାତା ଈଶ୍ବରାମ୍ମା ଦିବସ ପାଳିତ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଆଜକୁ ଠିକ୍ ୫୦ ବର୍ଷ ତଳେ ସମଗ୍ର ମାନବ ସମାଜର କଲ୍ଯାଣ ନିମନ୍ତେ ସ୍ବପ୍ନ ଦେଖିଥିବା ଈଶ୍ବରାମ୍ମା ଦିବ୍ଯତ୍ବ ପ୍ରାପ୍ତି ହୋଇଥିଲେ । ତାଙ୍କ ସ୍ମୁତିରେ ପ୍ରତିବର୍ଷ ପରି ବାଲିଗୁଡା ସାଇ ମନ୍ଦିରରେ ଆଜି ଓମକାର, ସୁପ୍ରଭାତ,ନଗର ସଂକୀର୍ତ୍ତନ ,ପ୍ରଶାନ୍ତି ପତାକା ଉତ୍ତୋଳନ ଓ ଷୋଡଶ ଉପଚାର ପୂଜା କରାଯାଇଥିଲା ।ସଂଧ୍ୟା କାର୍ଯ୍ୟକ୍ରମରେ ବିଭିନ୍ନ ବେଶଭୂଷା ହୋଇ ବାଳବିକାଶ ପିଲାମାନେ ଏକସୁସଜ୍ଜିତ ରାଲିରେ ସହର ପରିକ୍ରମା କରିଥିଲେ । ମାତା ଈଶ୍ବରାମ୍ମାଙ୍କ ଜୀବନୀ ଉପରେ ବାଳବିକାଶ ଗୁରୁ ଓ ଛାତ୍ରଛାତ୍ରୀମାନେ ଆଲୋକପାତ କରିଥିଲେ ।ପିଲାଙ୍କ ସାଂସ୍କ୍ରୁତିକ କାର୍ଯ୍ୟକ୍ରମ ଉପସ୍ଥିତ ସମସ୍ତ ସାଇପ୍ରେମୀ ଓ ଅଭିଭାବକଙ୍କ ମନକୁ ଛୁଇଁପାରିଥିଲା ।ଭଗବାନ ଶ୍ରୀ ସତ୍ଯସାଇ ବାବାଙ୍କ ପାଖରେ ମଂଗଳ ଆରତି ପରେ ସାମୂହିକ ପ୍ରସାଦ ସେବନ ବ୍ଯବସ୍ଥା ହୋଇଥିଲା ।

Leave a comment

Your email address will not be published. Required fields are marked *