#Breaking News

ମୁରଲୀଧର କ୍ରିକେଟ ଟୁର୍ନାମେଣ୍ଟ : ସାନ ଇଲେଭେନ ଚମ୍ପିୟାନ

ଜଗତସିଂହପୁର (ଉଲାପ୍ର)ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିରିତୋଳ ପଞ୍ଚାୟତ ସଲମପୁର ଠାରେ ଜ଼ିଲ୍ଲା ବିଜେଡି ପୂର୍ବତନ ଉପସଭାପତି ଅଶ୍ୱିନୀ ଦାସଙ୍କ ନେତୃତ୍ୱ ରେ ମୁରଲୀଧର ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଆନୁକୂଲ୍ୟରେ ଏକ ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ ହୋଇଯାଇଛି । ଏହି ଉଦଘାଟନ ମ୍ୟାଚ ରେ ମୁଖ୍ୟ ଅତିଥିଭାବେ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ସମ୍ମାନିତ ଅତିଥିଭାବେ ଜ଼ିଲ୍ଲାପରିଷଦ ଉପାଧ୍ୟାକ୍ଷା ସୁଜାତା ମହାନ୍ତି, ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ଉପାଧ୍ୟାକ୍ଷା ସନ୍ଧ୍ୟା ରାଣୀ ମହାନ୍ତି, ଜ଼ିଲ୍ଲା ପରିଷଦ ସୁନୀଲ ବେହେରା, ଜ଼ିଲ୍ଲାପରିଷଦ ତଥା ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ, ସ୍ଥାନୀୟ ସରପଞ୍ଚ ରମା ମଣି ଦାସ, ଚିତ୍ତରଞ୍ଜନ ରଥ, ସୂର୍ଯ୍ୟ ନାରାୟଣ ବେହେରା ପ୍ରମୁଖ ଯୋଗଦେଇଥିଲେ ।
ସଲମପୁର ସନ୍ ସାଇନ୍ ପଡିଆ ରେ ଏକଦିବସୀୟ ରାତ୍ରି କାଳିନ ମୁରଲୀଧର ସ୍ମାରକୀ କ୍ରିକେଟ ଟୃଣ୍ଣାମେଣ୍ଟ୍ ମାନ୍ୟବର ସାଂସଦ ରାଜଶ୍ରୀ ମଲ୍ଲିକ ଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା ଏହି ଟୃଣ୍ଣାମେଣ୍ଟ ରେ ୮ଟି ଦଳ ଭାଗ ନେଇଥିଲେ ଫାଇନାଲ ମ୍ୟାଚ ଟି ଆଜାଦ୍ କ୍ଲବ କାଳିନାଗ ଓ ସାନ୍ ଇଲେଭେନ୍ ଭୁବନେଶ୍ଵର ମଧ୍ୟରେ ଖେଳା ଯାଇଥିଲା ଏହି ୮ ଓଭର ବିଶିଷ୍ଟ ମ୍ୟାଚ ରେ ଟସ୍ ଜିତି କାଳିନାଗ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ପ୍ରଥମେ ବ୍ୟାଟିଂ କରି ସାନ୍ ଇଲେଭେନ୍ ନିର୍ଦ୍ଧାରିତ ଓଭର ରେ ୪ ଗୋଟି ଉଇକେଟ୍ ହରେଇ ୧୧୭ ରନ୍ କରିଥିଲା । ୧୧୮ ରନ୍ ର ପିଛା କରି କାଳିନାଗ ତାର ୬ ଗୋଟି ଉଇକେଟ୍ ହରେଇ ୯୩ ରନ୍ ରେ ସୀମିତ ରହିଲା ଓ ସାନ୍ ଇଲେଭେନ୍ ମ୍ୟାଚ ଟିକୁ ୨୩ରନ୍ ରେ ବିଜୟ ହାସଲ କରିଥିଲେ । ମ୍ୟାଚ ଶେଷ ରେ ବିରିତୋଳ ଗ୍ରାମ ପଞ୍ଚାୟତ ର ସରପଞ୍ଚ ରମାମଣୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ଦଳକୁ ୧୫ ହଜାର ଟଙ୍କା ଓ ଟ୍ରଫି ରନସ୍ଅପ୍ ଦଳ କାଳିନାଗ କୁ ୧୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ. ସୋମନାଥ କମିଟି ର ସଦସ୍ୟ ଦୀପକ୍ କୁମାର ଦାଶ, ସୋମନାଥ ପ୍ରଧାନ, ପ୍ରତାପ ପ୍ରଧାନ,ସୁନାକର ପରିଡ଼ା, ଆଶୁତୋଷ ପ୍ରଧାନ,ଦିପକ ପରିଡା,ପ୍ରଶାନ୍ତ ଭୋଳ,ସିପୁନ ମହାନ୍ତି, ଦାମୋଦର ପ୍ରଧାନ ଙ୍କ ସମେତ ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।

Leave a comment

Your email address will not be published. Required fields are marked *