#Breaking News

ଆଇ.ସି.ଆଇ.ସି.ଆଇ. ଫାଉଣ୍ଡେସନ ପକ୍ଷରୁ ଆମ୍ବୁଲାନ୍ସ ପ୍ରଦାନ

ଢେଙ୍କାନାଳ (ଉଲାପ୍ର)ଢେଙ୍କାନାଳ ଜିଲ୍ଲାବାସୀ ଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଆଇ.ସି.ଆଇ.ସି.ଆଇ. ଫାଉଣ୍ଡେସନ ପକ୍ଷରୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଏହି ଆମ୍ବୁଲାନ୍ସ କୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଲୋକାର୍ପଣ କରିଛନ୍ତି । ଏହି ଲୋକାର୍ପଣ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ , ସଦର ଉପ ଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା . ଅଶୋକ ଆପତ କାଳୀନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା । ଛାୟା ମହାପାତ୍ରଙ୍କ ସମେତ ଆଇ ସି ଆଇ ସି ଆଇ ବ୍ୟାଙ୍କର ରିଟେଲ ରିଜିଓନାଲ ହେଡ ଶ୍ରୀ ଅରୂପ ମହାପାତ୍ର , ରିଜିଓନାଲ ହେଡ ଶ୍ରୀ କୁମାର ଦାଶ , ଶ୍ରୀ ପ୍ରିୟଦର୍ଶୀ ପ୍ରଧାନ , ଷ୍ଟେଟ ହେଡ ମନୋଜ ଦାଶ , ଡିସଟ୍ରିକ୍ଟ ମ୍ୟାନେଜର ଶ୍ରୀ ସତ୍ୟନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଆମ୍ବୁଲାନ୍ସ ଟି ବିରାଶାଳ ସି ଏଚ୍ ସି ରେ ରଖାଯାଇ ରୋଗୀଙ୍କ ସେବା ରେ ନିୟୋଜିତ ହେବ ।

Leave a comment

Your email address will not be published. Required fields are marked *