ତୋରା ଠାରେ ପୋଲିସ ଫାଣ୍ଡି ଖୋଲିବାକୁ ଦାବି
Udaya_Labanya | May 11, 2022 | 25 views |0 | Breaking News
ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲାର ସର୍ବବୃହତ ପଞ୍ଚାୟତ ରେ ବିଗୁଡୁ ଥିବା ଆଇନ ଶୃଙ୍ଖଳା ପରିସ୍ଥିତି କୁ ରୋକିବା ପାଇଁ ତୋରା ଠାରେ ଏକ ପୋଲିସ ଆଉଟ୍ ପୋଷ୍ଟ (ଫାଣ୍ଡି) ଖୋଲିବାକୁ ଆଜି ତୋରାର ନାରୀ ଶକ୍ତି ଏକତା ମଞ୍ଚ ପକ୍ଷରୁ ନବ ନିଯୁକ୍ତ ଜିଲ୍ଲା ଏସପି ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ବରଗଡ଼ ଜିଲ୍ଲାର ସର୍ବବୃହତ ପଞ୍ଚାୟତ ତୋରା ରେ ୨୪ ଓ୍ବାର୍ଡ ରହିଛି। ଲୋକସଂଖ୍ୟା ୧୫ ହଜାର ରୁ ଅଧିକ ରହିଛି। ଏହାର ପରିସୀମା ବହୁତ ବଡ଼ ହୋଇଥିବା ବେଳେ ଏଠାରେ ସବୁ ବର୍ଗର ଲୋକମାନେ ବସବାସ କରନ୍ତି। ତେବେ ଅନେକ ସମୟରେ ଏ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ବୃଦ୍ଧି ପାଉଥିବା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି। ଏଠାକାର ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ଏଠାରେ ଶିଘ୍ର ଏକ ପୋଲିସ ଆଉଟ୍ ପୋଷ୍ଟ ଖୋଲିବାକୁ ମଞ୍ଚ ପକ୍ଷରୁ ଜିଲ୍ଲା ଏସପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଏହି ଦାବି ପୂର୍ବରୁ ଏକ ଦାବି ପତ୍ର ଏକତା ମଞ୍ଚ ପକ୍ଷରୁ ପୂର୍ବତନ ଏସପି ଙ୍କୁ ପ୍ରଦାନ କରିଥିଲେ। ମଞ୍ଚର ସଭାନେତ୍ରୀ ଟିକେଶ୍ବରୀ ଛତର, ସମ୍ପାଦିକା ପଦ୍ମାଳୟା ଦୀପ ଓ କୋଷାଧ୍ୟକ୍ଷା ବବିତା କୁମାର ଙ୍କ ନେତୃତ୍ବରେ ମଞ୍ଚର ସଭ୍ୟା ମାନେ ନବ ନିଯୁକ୍ତ ଏସପି ଙ୍କୁ ପ୍ରଥମେ ଫୁଲ ତୋଡା ଦେଇ ସ୍ବାଗତ ସମର୍ଦ୍ଧନା ଜ୍ଞାପନ କରିଥିଲେ।