#Breaking News

ମାଁ ଉମା ମାହେଶ୍ୱରୀ ଙ୍କ ପୁସ୍ତକ ଲୋକାର୍ପିତ


ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ବ୍ଲକ ଅନ୍ତର୍ଗତ କୁରୁଆ ମାଁ ଉମା ମାହେଶ୍ୱରୀ ଙ୍କ ଉପରେ ରଚିତ ତାତ୍ତ୍ବିକ ପୁସ୍ତକ ଆଜି ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକାର୍ପିତ ହୋଇଯାଇଛି। ମାଁ ମାହେଶ୍ୱରୀ ସେନା ଏବଂ କୁରୁଆ ଗ୍ରାମ ବାସୀ ଙ୍କ ଦ୍ଵାରା ଆୟୋଜିତ ପୁସ୍ତକ ଲୋକାର୍ପିତ ଉତ୍ସବ ରେ ଅତିଥି ଭାବେ ପଣ୍ଡିତ ଲଳିତ କୁମାର ରଥ, ସଂସ୍କୃତି ଗବେଷକ ତ୍ରିଲୋଚନ କମ୍ପ ଯୋଗଦେଇ କୃଷ୍ଣାଳୀନ କମଳ ଲୋଚନ ପଣ୍ଡା ଙ୍କ ଦ୍ଵାରା ରଚିତ ମାଁ ମାହେଶ୍ୱରୀ ଙ୍କ ଅଷ୍ଟକମ,ସ୍ତୋତ୍ରମ,ଚାଲିଶା ପୁସ୍ତକକୁ ଲୋକାର୍ପିତ କରିଥିଲେ। ଏଥିରେ ମାଁ ଙ୍କ ଶକ୍ତି ପୀଠ ର ଇତିହାସ,ସଂସ୍କୃତି ମଧ୍ୟ ଉଲ୍ଲେଖ ରହିଛି। ଯାହା କି ମାଁ ଙ୍କ ଭକ୍ତ ମାନେ ଜାଣିପାରିବେ ବୋଲି କହିଥିଲେ। ମନ୍ଦିର ପୂଜକ ନିତିଆ ବେଜି ଦେହେରୀ ମଞ୍ଚାସୀନ ଥିଲେ। ସଭାରେ ଭକ୍ତ ବନ୍ଧୁ ପଶାୟତ ସଭାପତିତ୍ବ କରିଥିଲା ବେଳେ ଶିକ୍ଷାବିତ ଦଲଗଞ୍ଜନ ପାତ୍ର ସଂଯୋଜନା କରିଥିଲେ। ଶେଷରେ ଯୁବ କବି କିଶୋର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment

Your email address will not be published. Required fields are marked *