୫ ଜଣ ଅନାଥ ଶିଶୁଙ୍କୁ ଥଇଥାନ କଲା ଜିଲ୍ଲା ପ୍ରଶାସନ

Udaya_Labanya | May 12, 2022 | 21 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ହାତୀମୁଣ୍ଡା (ଗୁଡ୍ରିଗୁଡା) ଗ୍ରାମର ୫ ଅନାଥ ପିଲାଙ୍କୁ ଜିଲ୍ଲା ପ୍ରଶାସନ ଥଇଥାନ ବ୍ୟବସ୍ଥା କରିଛି ।ଏହି ୫ ଅନାଥ ଶିଶୁଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦେଶ କ୍ରମେ ତାଜୁଙ୍ଗିଆ ଅଙ୍ଗନବାଡି ସୁପରଭାଇଜର ସ୍ୱର୍ଣ୍ଣପ୍ରଭା ପ୍ରଧାନ ସହ ସ୍ବେଚ୍ଛାସେବୀ ଅନୁଷ୍ଠାନ “ପ୍ରେମ” ର ମିଳିତରେ ଏକ ଟିମ ହାତୀମୁଣ୍ଡା (ଗୁଡ୍ରିଗୁଡା)ଗ୍ରାମ ସ୍ଥିତ ଅନାଥ ପିଲାଙ୍କ ଘରେ ପହଞ୍ଚି ପିଲାଙ୍କୁ ଉଦ୍ଧାର କରିଥିଲେ । ବୁଧବାର ଦିନ ଅନାଥ ୪ ଜଣ ଝିଅ ଓ ଜଣେ ପୁଅ ଙ୍କୁ ଉଦ୍ଧାର କରି ଫୁଲବାଣୀ ସ୍ଥିତ ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରାଯାଇଥିଲା । ହସ୍ତାନ୍ତର କରିବା ସମୟରେ ବିଡିଓ ଗଦାଧର ପାତ୍ର , ତହସିଲଦାର ଚାର୍ଲସ ନାୟକ, ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଅଞ୍ଜଳୀ ମହାପାତ୍ର , ସ୍ବେଚ୍ଛାସେବୀ ଅନୁଷ୍ଠାନ ର କାର୍ଯ୍ୟ ସଂଯୋଜକ ସଞ୍ଜୟ କୁମାର ଦିଗାଳ , ସୁଧାକର ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ହରିଶ୍ଚନ୍ଦ୍ର ଯୋଜନା ବାବତରେ ୨ ହଜାର ଟଙ୍କା ବିଡିଓ ପିଲାମାନଙ୍କୁ ପ୍ରଦାନ କରିଥିଲେ । ବାସନ୍ତୀ ସୁନାମାଝୀ,ଲିସା ସୁନାମାଝୀ,ଲିନା ସୁନାମାଝୀ ଓ ନିକି ସୁନାମାଝୀଙ୍କୁ ବାଲିଗୁଡା ସ୍ଥିତ ବନବାସୀ ସେବା ସମିତିରେ ଥଇଥାନର ବ୍ୟବସ୍ଥା କରାଯାଇଥିବା ବେଳେ ୧ ବର୍ଷର ଶିଶୁ ପୁତ୍ରକୁ ରାଇକିଆ ସ୍ଥିତ ଏସଟି କାଥେରେନ ଗୃହରେ ଥଇଥାନ ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ, ବାପା, ମାର ମୃତ୍ୟୁପରେ ୪ ଜଣ ଝିଅ ଓ ଜଣେ ୧ ବର୍ଷର ପୁଅ ଅନାଥ ହୋଇଯାଇଥିଲେ । ବାପା ମାଆଙ୍କ ମୃତ୍ୟୁପରେ ପିଲାଙ୍କ ପାଠପଢା ବନ୍ଦ ହୋଇଯାଇଥିବା ସହ ପରିବାର ଚଳିବାରେ ବହୁ ସମସ୍ୟା ଦେଖାଦେଇଥିଲା ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ…

Udaya_Labanya | January 28, 2023 | 1 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ କମିଶନର ଓ ପ୍ରମୁଖ ସଚିବଙ୍କ ପତ୍ର କ୍ରମେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର…

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

Udaya_Labanya | January 28, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହୋଇ ଉଦଯାପିତ ହୋଇଯାଇଛି।ସଂଯୁକ୍ତା ନାୟକ ଏହି କାର୍ଯ୍ୟକ୍ରମର ସଂଯୋଜିକା ଥିବା ବେଳେ ଅଧ୍ୟକ୍ଷ କାର୍ତ୍ତିକ…

Leave a Reply

Your email address will not be published. Required fields are marked *

Archives

Categories