#Breaking News

ସ୍ବପନେଶ୍ୱର ମନ୍ଦିରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ


ଆଠଗଡ(ଉଲାପ୍ର)ଆଠଗଡର ସର୍ବପୁରାତନ ଶୈବପୀଠ ଶ୍ରୀ ଶ୍ରୀ ସ୍ବପ୍ନେଶ୍ବର ମନ୍ଦିରର ବିଶ୍ବଶାନ୍ତି ରୁଦ୍ରଯଜ୍ଞ ଲାଗି କଳସ ଶୋଭାଯାତ୍ରା
ଅନୁଷ୍ଠିତ ହୋଇଯାଇଛି । ଆଠଗଡ ଶାସନ ପୋଖରି ଠାରେ ପୂଜାର୍ଚ୍ଚନା କରାଯାଇ କଳସ ଉତ୍ତୋଳନ କରାଯାଈଥିଲା । ଚଳିତ ବୈଶାଖ ଏକାଦଶୀ ୧୨/୫/୨୨ ରିଖ ଠାରୁ ୧୪ ରିଖ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଆଠଗଡ ପୁରୁଣା ବସ୍ଷ୍ଟାଣ୍ଡ ସ୍ଥିତ ଶ୍ରୀ ଶ୍ରୀ ସ୍ବପ୍ନେଶ୍ବର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଶିବପୁରାଣ ପାଠ , ରୁଦ୍ରାଭିଷେକ , ନାମଯଜ୍ଞ ସହ ବିଶ୍ବଶାନ୍ତି ରୁଦ୍ରଯଜ୍ଞ ଅନୁଷ୍ଠିତ ହେବ । ୧୪/୫/୨୨ ଅଭିଷେକ ସହ ସଂଧ୍ୟ୍ୟା ୭ଘଟିକା ସମୟରେ ପୂର୍ଣ୍ଣିାହୂତି କରାଯିବ। ଏହି ଯଜ୍ଞକୁ ବିଶ୍ବଶାନ୍ତି ରୁଦ୍ରଗୋଷ୍ଠିର ମହନ୍ତ ସୁଧାଶୁଂମୋହନ ପଟ୍ଟନାୟକଙ୍କ, ସୁବାଷ ପ୍ରସାଦ ରଥ , ପୂଜକ ରବି ନାରାୟଣ ପଣ୍ଡା, ସଭ୍ୟ ପ୍ରତାପ ମହାପାତ୍ର , ସୋମ୍ୟରଂଜନ ରଥ ,ଧନେଶ୍ବର ବାରିକ, ଅମରନାଥ ମହାନ୍ତି ପ୍ରମୂଖ ସଭ୍ୟ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *