#Breaking News

କରେଣ୍ଟ ଲାଗି କାର୍ଯ୍ୟରତ ମିସ୍ତୀଙ୍କ ମୃତୁ


ଫୁଲ ବାଣୀ(ଉଲାପ୍ର)କାର୍ଯ୍ୟ କରିବାବେଳେ ଅସାବଧାନତା ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସିଯିବା ଫଳରେ ଶ୍ରୀବତ୍ସ ବେହେରା ନାମକ ଜଣେ ମିସ୍ତ୍ରିଙ୍କର ମୃତ୍ୟୁ ଘଟିଛି । ମୃତ ଶ୍ରୀବତ୍ସ ଙ୍କ ଘର ଖଜୁରୀପଡ଼ା ବ୍ଳକ ପିରିକୁଡି ପଞ୍ଚାୟତ ଅନ୍ତର୍ଗତ ବେଡ଼ାଙ୍ଗ ପାଜୁ ଗ୍ରାମରେ।
ଶ୍ରୀବତ୍ସ ଗତ କିଛିଦିନ ହେଲା ଫୁଲବାଣୀ ଆସି କଣ୍ଟ୍ରାକ୍ଟରପଡ଼ାରେ ଅଶ୍ଵିନୀ ମହାନ୍ତି ନାମକ ଜଣଙ୍କ ଘରେ କାର୍ଯ୍ୟ କରୁଥିଲେ । ତେବେ ଆଜି ଅପରାହ୍ନରେ ଶ୍ରୀବତ୍ସ ଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା ଗୁରୁତର ଅବସ୍ଥାରେ ଶ୍ରୀବତ୍ସକୁ ଡାକ୍ତରଖାନାରେ ଭର୍ତ୍ତୀ କରିବାପରେ ଡ଼ାକ୍ରର ମୃତ ଘୋଷଣା କରିଥିଲେ ।
ଶ୍ରୀବତ୍ସ ଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ପତ୍ନୀ ସୌଦାମିନୀବେହେରା ସନ୍ଦେହ କରି ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ସହ କ୍ଷତି ପୂରଣ ଦାବୀ କରିଛନ୍ତି । ଏତେଲା ପାଇବାପରେ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନବିନ ଆରମ୍ଭ କରିଛି । ମୃତ ଶ୍ରୀବତ୍ସ ଙ୍କ ପତ୍ନୀ ଦୁଇଟି ଛୁଆ ଓ ବାପା ଅଛନ୍ତି । ଏବେ ପତ୍ନୀ ସୌଦାମିନୀ ଗର୍ଭବତୀ ଅଛନ୍ତି। ଏଣୁ ମୃତକଙ୍କ ପରୀ ବାରଙ୍କୁ ଉପଯୁକ୍ତ କ୍ଷତି ପୁରଣ ଦେବାକୁ ଦାବୀ ହେଉଛି ।

Leave a comment

Your email address will not be published. Required fields are marked *