କୁରୁମକେଲ ବିସ୍ଥାପିତ କଲୋନୀ ପରିଦର୍ଶନ
Udaya_Labanya | May 15, 2022 | 20 views |0 | Breaking News
ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବରଗଡ଼ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ମାଣ ଧିନ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ବୁଲି ଦେଖିବା ସହ ଡେବ୍ରିଗଡ ଅଭୟାରଣ୍ୟ ରୁ ବିସ୍ଥାପିତ ହୋଇଥିବା କୁରୁମକେଲ ଗ୍ରାମ ର ବିସ୍ଥାପିତ ପରିବାରଙ୍କୁ ଥଇଥାନ ପାଇଁ ନିର୍ମାଣ ବିସ୍ଥାପିତ କଲୋନୀ ମଧ୍ୟରେ ଏକ ଚିକିତ୍ସାଳୟ କୁ ଉଦଘାଟନ କରିଥିଲେ। କଲୋନୀ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ମୈ।ଳିକ ସୁବିଧା ଯଥା ବିଜୁଳି, ପାନୀୟଜଳ, ରାସ୍ତା, ପାଇଖାନା, ସ୍କୁଲ ଆଦି ବ୍ୟବସ୍ଥା କରାଯାଇଛି। ଆଜି ସେଠାରେ ସ୍ବାସ୍ଥ୍ୟ ସେବା ପାଇଁ ଏକ ଚିକିତ୍ସାଳୟ କୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଉଦଘାଟନ କରିଥିଲେ। ଉଦଘାଟନ ସମୟରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର, ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଜିଲ୍ଲା ଏସପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ, ମେଡିକାଲ ଅଫିସର ଡାକ୍ତର ଦୁର୍ଗା ପ୍ରସାଦ ଦାସ ତଥା ଅମ୍ଭାଭୋନା ବ୍ଲକ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବିସ୍ଥାପିତ କଲୋନୀ ପରିଦର୍ଶନ ସେଠାରେ ପହଞ୍ଚିବା ପରେ ସେଠାରେ ଥଇଥାନ ହୋଇଥିବା ବାସୀନ୍ଦା ତାଙ୍କୁ ଭବ୍ୟ ସ୍ଵାଗତ କରିଥିଲେ।