ନୃସିଂହନାଥ ପୀଠରେ ବୈଶାଖ ମେଳା, ଲକ୍ଷାଧିକ ଭକ୍ତଙ୍କ ସମାଗମ

Udaya_Labanya | May 15, 2022 | 19 views |0 | Breaking News


ବରଗଡ଼ : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ନୃସିଂହ ମହାପ୍ରଭୁଙ୍କ ଜନ୍ମୋତ୍ସବ ଏବଂ ବୈଶାଖ ମେଳା ଉତ୍ସବ ପାଞ୍ଚ ଦିନ ଧରି ମହା ସମାରୋହରେ ପାଳିତ ହେଉଛି । ଗତ ଦୁଇବର୍ଷ ଧରି ଉକ୍ତ ମେଳା ବନ୍ଦ ରହିଥିବା ଯୋଗୁଁ ଏବର୍ଷ ଲୋକଙ୍କ ମନରେ ଉତ୍କଣ୍ଠା ବଢି ଯାଇଛି । ଉତ୍ସବର ପ୍ରଥମ ଦିବସରେ ପାପହାରିଣୀ ଝରଣାରୁ ୧୦୮ କଳସ ଆଣି ବିଶ୍ଵଶାନ୍ତି ମହାଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଦ୍ଵିତୀୟ ଦିବସରେ ବିଶ୍ୱ ଶାନ୍ତି ମହାଯଜ୍ଞ ଆରମ୍ଭ, ଦେବଦେବୀ ଆମନ୍ତ୍ରଣ ଓ ୧୫ ହଜାର ବିଜମନ୍ତ୍ର ଜପ ହୋମ ଆହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବରେ ଖଣ୍ଡିଝରଣ ଗ୍ରାମର ଗୌନ୍ତିଆ ଚୂଡ଼ାମଣି ଭୁଏ ଏବଂ ତାଙ୍କ ଧର୍ମପତ୍ନୀ ସନ୍ତୋସିନୀ ଭୁଏ ଦାୟିତ୍ୱ ତୁଲାଉଥିବା ବେଳେ ମୁଖ୍ୟ ପଣ୍ଡିତ ଡିଗ୍ରୀଧର ଦେବତା, ରାମଚନ୍ଦ୍ର ତ୍ରିପାଠୀ, ସୁଜ୍ଞାତ ପୁରୋହିତ, ମିତ୍ରଭାନୁ ଦେବତା, ବିକାଶ ଦେବତା, ଉମେଶ ଚନ୍ଦ୍ର ଦେବତା, ହିମାଂଶୁ ପଣ୍ତା, ନରସିଂହ ହୋତା, ସିଦ୍ଧେଶ୍ୱର ସାବତଙ୍କ ସମେତ ୧୧ ଜଣ ଦକ୍ଷ ପଣ୍ଡିତ ପୂଜାକାର୍ଯ୍ୟ ତୁଲାଉଛନ୍ତି । ବୈଶାଖ ମେଳାରେ ଅନ୍ତରାଜ୍ୟ ବ୍ୟବସାୟୀଠୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳର ଭକ୍ତମାନଙ୍କର ଭିଡ଼ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ମେଳାକୁ କିପରି ଭଲରେ ସମାପ୍ତ ହେବ ସେଥିପ୍ରତି ଧ୍ୟାନ ଦିଆଯାଉଛି । ଏହି ମେଳାରେ ଆକର୍ଷଣ ମୀନା ବଜାର, ସର୍କସ, ବାଣିଜ୍ୟ ମେଳା, ବିଭିନ୍ନ ପ୍ରାନ୍ତର କଳାକାର ତଥା ଭକ୍ତ ମାନେ ଆନନ୍ଦ ସହକାରେ ନୃସିଂହ ମହାପ୍ରଭୁଙ୍କ ଦର୍ଶନ ଲାଭ କରୁଛନ୍ତି । ମନ୍ଦିର ପରିଚାଳନା କମିଟି ପକ୍ଷରୁ ତଥା ମନ୍ଦିର କାର୍ଯ୍ୟ ନିର୍ବାହ ଅଧିକାରୀ ପୁରୋଷତ୍ତମ ପ୍ରଧାନ ଶାନ୍ତି ଶୃଙ୍ଖଳା ସହ ବୈଶାଖ ମେଳା କାର୍ଯ୍ୟକ୍ରମ ସମ୍ପାଦନ କରିବାକୁ ନିବେଦନ କରିଛନ୍ତି ।

Share this
  •  
  •  
  •  
  •  
  •  
  •  
  •  

Related Posts

ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ…

Udaya_Labanya | February 8, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ…

ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ…

Udaya_Labanya | February 8, 2023 | 12 views | 0

ଫୁଲବାଣୀ :-( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ସାମାଜ ସେବୀ ଅଶୋକ…

Leave a Reply

Your email address will not be published. Required fields are marked *

Archives

Categories