#Breaking News

ମେ ୨୭ ରେ ମୁକ୍ତିଲାଭ କରିବ ପ୍ରେମ ଏଟିଏମ୍‌

ଭୁବନେଶ୍ୱର(ଉଲାପ୍ର) ମୁକ୍ତିଲାଭ କରିବାକୁ ଯାଉଛି ବହୁ ପ୍ରତିକ୍ଷୀତ ଓଡିଆ ସିନେମା ପ୍ରେମ ଏଟିଏମ । ଆସନ୍ତା ମେ ୨୭ରେ ସିନେମାଟି ଫ୍ଲୋରକୁ ଆସିବ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ଡ୍ରିମ୍ ପ୍ରୋଜେକ୍ଟ ହେଉଛି ପ୍ରେମ ଏଟିଏମ । ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ପ୍ରେମ ଏଟିଏମ ରିଲିଜ ହେବାକୁ ଯାଉଥିବ ଘୋଷଣା କରାଯାଇଛି । ଏହି ସିନେମାରେ ସୁନ୍ଦରଗଡର ପ୍ରଦୀପ ଦତ୍ତ ଧମାଲ କରିବେ । ତାଙ୍କ ସହ ଦିବ୍ୟା ଦିଶା ମହାନ୍ତି ଓ ଲିପିକା ସେନାପତି ଦମଦାର ଅଭିନୟ କରିଛନ୍ତି । ମାରୁତି ମୁଭି ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ପ୍ରଯୋଜନା କରିଛନ୍ତି ସୁରେନ୍ଦ୍ର ନାରାୟଣ (ପୁଲିଆ) ଓ ନବନୀତା ମିଶ୍ର । ସୁଧାଂଶୁ ମୋହନ ସାହୁଙ୍କ ବଳିଷ୍ଠ ନିର୍ଦ୍ଦେଶନା ଏଥିରେ ଦେଖିବାକୁ ମିଳିବ । ଅଭିଜିତ ମଜୁମଦାରଙ୍କ ସଂଗୀତ ନିର୍ଦ୍ଦେଶନାରେ ଗୀତ ଗୁଡିକ ଗାଇଛନ୍ତି ମଣ୍ଟୁ ଛୁରିଆ, ହ୍ୟୁମାନ ସାଗର, ସ୍ୱୟମ୍ ପାଢ଼ୀ, ତାରିକ୍ ଅଜିଜ୍‌, ଦିପ୍ତୀରେଖା ଓ ଅମ୍ରିତା ନାୟକ । ଚଳଚ୍ଚିତ୍ର ର ଗୀତ ଓ ସଂଳାପ ରଚନା କରିଛନ୍ତି ଡଃ ନିର୍ମଳ ନାୟକ। ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍ ଟୁବୁନ୍ ଓ ରାକେଶ ଦେଓ। ବହୁଦିନ ବ୍ୟବଧାନରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି ଓଡିଆ ସିନେମା । ତେଣୁ ଏହାକୁ ନେଇ ଦଶକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଛି ।

Leave a comment

Your email address will not be published. Required fields are marked *