ରୋଟାରୀ କ୍ଲବ୍ ଅଫ୍ ଫେଲୋସିପ୍ ଭୁବନେଶ୍ବର ପକ୍ଷରୁ ଚାର୍ଟର୍ ପ୍ରେଜେଣ୍ଟେସନ୍ ଓ ପ୍ରଥମ ପ୍ରତିଷ୍ଠା ସମାରୋହ

Udaya_Labanya | May 19, 2022 | 18 views |0 | Breaking News

ଭୁବନେଶ୍ବର(ଉଲାପ୍ର): ସ୍ଥାନୀୟ ନୟାପଲ୍ଲୀସ୍ଥିତ ଉତ୍କଳ ଚାମ୍ବର୍ ଅଫ୍ କମର୍ସର ସମ୍ମିଳନୀ କକ୍ଷରେ ରୋଟାରୀ କ୍ଲବ୍ ଅଫ୍ ଫେଲୋସିପ୍ ଭୁବନେଶ୍ବର ପକ୍ଷରୁ ଚାର୍ଟର୍ ପ୍ରେଜେଣ୍ଟେସନ୍ ଓ ପ୍ରଥମ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଗତ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ବନ୍ଦେ ଉତ୍କଳ ଜନନୀ ଗାନ ସହିତ ଆରମ୍ଭ ହୋଇଥିଲା ଓ ପରେ ରୋଟାରୀର ପ୍ରତିଷ୍ଠାତା ପଲ୍ ପି. ହାରିସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହାପରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର୍ ଶାନ୍ତନୁ କୁମାର ପାଣି ଚାର୍ଟର୍ ପ୍ରେସିଡେଣ୍ଟ୍ ବିମ୍ବାଧର ବେହେରାଙ୍କୁ ଚାର୍ଟର୍ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । ସମାରୋହରେ ନୂତନ କ୍ଲବ୍ ଉପଦେଷ୍ଟା ସୌମ୍ୟରଂଜନ ମିଶ୍ର, ଚାର୍ଟର୍ ସେକ୍ରେଟାରୀ ଗିରୀଶ ପ୍ରସାଦ ମିଶ୍ର, ରୋଟାରିଆନ୍ ନରେନ୍ଦ୍ର କୁମାର ମିଶ୍ର, ଅଶ୍ବିନୀ କର, ରବିନାରାୟଣ ନନ୍ଦ, ଶିବବ୍ରତ ରଥ, ପ୍ରବୁଦତ୍ତ ସୁବୁଦ୍ଧି, ଜୟଶ୍ରୀ ମହାନ୍ତି, ଡିଷ୍ଟ୍ରିକ୍ଟ ସେକ୍ରେଟାରୀ ଜେନେରାଲ୍ ମନୋଜ କୁମାର ତ୍ରିପାଠୀ,ଶିବ ପ୍ରସାଦ ଦାସ୍ ଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ସାମିଲ୍ ହୋଇଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

Udaya_Labanya | February 5, 2023 | 73 views |0

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ…

ଆବାସ ଯୋଜନା ଦୁର୍ନୀତି ନେଇ ତିଗିରିଆ ବ୍ଲକ…

Udaya_Labanya | February 4, 2023 | 15 views | 0

ତିଗିରିଆ (ଉଲ୍ଲାପ୍ର )କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟରେ ଶାସକ ଦଳ ଦଳୀୟ ଭିତିରେ ବାଣ୍ଟୁ ଥିବା ଯୋଗୁ ଏବେ ରାଜ୍ୟରେ ବିଜେପି ଦଳ ପ୍ରତି ବ୍ଲକ ଆଗରେ ଧାରଣା ଦେଉଛି, ଶନିବାର ଦିନ କଟକ ଜିଲ୍ଲା ଆଠଗଡ ନିର୍ବାଚନ…

Leave a Reply

Your email address will not be published. Required fields are marked *

Archives

Categories