#Breaking News

ଢେଙ୍କାନାଳ ରେ ମୋ ବ୍ଲକ ମୋ ଜିଲା ବୈଠକ ଅନୁଷ୍ଠିତ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ମୋ ପଞ୍ଚାୟତ – ମୋ ବ୍ଲକ – ମୋ ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଜିନା ପୁହାଣ ବୈଠକରେ ଯୋଗ ଦେଇ ଜନସାଧାରଣଙ୍କ ସମସ୍ୟା ସମାଧାନ ଉପରେ ବିଡିଓମାନେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ଲାଇନ ଡିପାର୍ଟମେନ୍ଟ ଅଧିକାରୀମାନେ ପ୍ରତ୍ୟକ୍ଷ ଭାବେ ଗସ୍ତ କରି ସେମାନଙ୍କର ସମସ୍ୟା ବୁଝି ସମାଧାନ ଦିଗରେ ଯବାନ ହେବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାର ଜଣେ ଜଣେ ବରିଷ୍ଠ ଅଧିକାରୀ ପ୍ରତ୍ୟେକ ମାସରେ ପ୍ରତି ବ୍ଲକରେ ବୈଠକ ଡାକି ଅଞ୍ଚଳବାସୀଙ୍କ ସମସ୍ୟା ର ସମାଧାନ ନିମନ୍ତେ ସମୀକ୍ଷା କରୁଛନ୍ତି । ଜିଲ୍ଲାର ପ୍ରାୟ ୭ , ୦୦୦ ଶିକ୍ଷକ ସ୍ଥାନୀୟ ଅଞ୍ଚଳର ପାଠ ପଢିନଥିବା ଜଣେ ଜଣେ ବ୍ୟକ୍ତିଙ୍କୁ ଲେଖା ପଢା ଶିଖାଇବାକୁ ପରାମର୍ଶ ଦିଆଯାଇଛି । ଏହା ଦ୍ବାରା ଜିଲ୍ଲାରେ ସାକ୍ଷରତା ହାରକୁ ୮୫ ରୁ ୯୦ % କୁ ବୃଦ୍ଧି କରିବାକୁ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି । ଆଗାମୀ ୬ ମାସ ମଧ୍ୟରେ ଏହାର ସୁଫଳ ଯେପରି ମିଳିପାରିବ ସେଥ୍ୟପ୍ରତି ଧ୍ୟାନ ଦେବାକୁ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କହିଛନ୍ତି । ସେହିପରି ଜିଲ୍ଲାର ୨୨୦୦ ଅଙ୍ଗନବାଡି କେନ୍ଦ୍ରର ସମସ୍ତ ଅଙ୍ଗନବାଡି କର୍ମୀ ଜଣେ ଜଣେ ଅପପୁଷ୍ଟି ଓ ପାଠରେ ଦୁର୍ବଳ ଥିବା ପିଲାକୁ ପୋଷ୍ୟଭାବେ ଗ୍ରହଣ କରି ତାର ବିଶେଷ ଯନ୍ ନେବାକୁ ପରାମର୍ଶ ଦେଇଛନ୍ତି । ଭତ୍ତା ପାଉନଥିବା ବିଧବା ମାନଙ୍କୁ ବିଡିଓ ମାନେ ଯଥା ଶୀଘ୍ର ଭତ୍ତା ପ୍ରଦାନ ନିମନ୍ତେ ବିହିତ ବ୍ୟବସ୍ଥା କରିବାକୁ କହିଛନ୍ତି । ବୈଠକରେ ବିଦ୍ୟାଳୟର ଉନ୍ନତି କରଣ , ଆଶୀର୍ବାଦ ଯୋଜନାରେ ପିଲାମାନଙ୍କ ସହାୟତା , ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ଜଳ ଯୋଗାଣ , ବିଦ୍ୟୁତ ସରବରାହ ମୋ ଉପକାରୀ ବଗିଚା କରିବା , ଶୌଚାଳୟ ନିର୍ମାଣ , ପାଠ ପଢା ଛାଡି ସ୍କୁଲ ଆସୁନଥିବା ପିଲାଙ୍କୁ ସ୍କୁଲ ଆଣିବାର ବ୍ୟବସ୍ଥା କରିବା , ବର୍ଷା ଦିନେ ବୃକ୍ଷ ରୋପଣ କରିବା , ପ୍ରତ୍ୟେକ ପଞ୍ଚାୟତରେ ମଡେଲ ପାର୍କ ପୋଖରୀ ଓ ମାଟି ରାସ୍ତା ନିର୍ମାଣ , ଖାଉଟି ସାମଗ୍ରୀ ଯୋଗାଣ , ମନରେଗା ଅଧୀନରେ କାର୍ଯ୍ୟର ଅଗ୍ରଗତି ଫଳ , ପନିପରିବା , ଶସ୍ୟ ଜାତୀୟ ଚାଷ ଆଦି ସମ୍ପର୍କରେ ବିଷଦ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସ୍ନିଗ୍ଧା ରାଣୀ ଧଳ , କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ସାହୁ , ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର , ସମସ୍ତ ଜିଲ୍ଲା ସ୍ତରୀୟ ଅଧ୍ୟାରୀ ଏବଂ ବିଡିଓ ମାନେ ଯୋଗ ଦେଇଥିଲେ ।

Leave a comment

Your email address will not be published. Required fields are marked *