#Breaking News

ବୀରମାଲ ଛକରେ କୃଷି ଓ କୃଷି ଜାତ ଦ୍ରବ୍ଯ ର ବିପଣୀ ଉଦଘାଟିତ


ବରଗଡ଼:(ସତ୍ୟ ନାରାୟଣ ପ୍ରଧାନ) ବରଗଡ଼ ବ୍ଲକ ଅନ୍ତର୍ଗତ ବୀରମଲ ର ଚାରି ଛକ ଠାରେ ଓରମାସ ଏବଂ ମିଶନ ଶକ୍ତି ବିଭାଗର ସହାୟତା ରେ ଉତ୍ପାଦକ ଗୋଷ୍ଠୀ ମାନଙ୍କ ଦ୍ୱାରା ପରିଚାଳିତ କୃଷି ଓ କୃଷି ଜାତ ଦ୍ରବ୍ୟ ର ବିପଣୀ କୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଆଜି ଉଦଘାଟନ କରିଛନ୍ତି ।
ଏହି ଆଉଟ୍ ଲିଟ ବା ବିପଣୀ କେନ୍ଦ୍ର ରେ ମୁଖ୍ୟତଃ ଜୈବିକ କୃଷି କୁ ପ୍ରୋତ୍ସାହିତ କରିବା ସହିତ ଅଂଚଳ ର ଚାଷୀ ମାନଙ୍କୁ ଉପଯୁକ୍ତ ବଜାର ଯୋଗାଇଦେବାର ବ୍ୟବସ୍ଥା ରହିଛି l
ଏହି ଅଂଚଳ ର ପ୍ରାୟ ୧୦ ଟି ଉତ୍ପାଦକ ଗୋଷ୍ଠୀ ମାନଙ୍କୁ ନେଇ ଗଢି ଉଠିଥିବା ଉତ୍ପାଦନ କମ୍ପାନୀ ମହିଳା ମାନଙ୍କ ଦ୍ୱାରା ପରିଚାଳିତ ହେବା ସହିତ ଚାଷୀ ମାନଙ୍କୁ ସୁଲଭ ମୂଲ୍ୟ ରେ ଜୈବିକ ଖତ, ସାର, କୀଟ ନାଶକ, କୃଷି ଉପକରଣ ଯନ୍ତ୍ରପାତି ଯୋଗାଇବା ସହିତ କୃଷି ପ୍ରଣାଳୀ ସମ୍ପର୍କିତ ପରାମର୍ଶ ଓ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ମଧ୍ୟ ଆଗକୁ କରାଯିବ ବୋଲି ସୂଚନା ଦେଇଥିଲେ ବିଭାଗୀୟ ଅଧିକାରୀ l
ସେହିପରି ଚାଷୀ ମାନଙ୍କ ଦ୍ୱାରା ଉତ୍ପାଦିତ ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଉଚିତ ମୂଲ୍ୟ ରେ ବିକ୍ରୟ ରେ ଏହା ସହାୟକ ହେବ ବୋଲି ସେ କହିଥିଲେ । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଓରମାସର ପରିଚାଳକ ରାଜ ଗୋପାଳ ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ।

Leave a comment

Your email address will not be published. Required fields are marked *