ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର ସ୍ୱତନ୍ତ୍ର ସିନେ କ୍ରିିଟିକ୍ ସୋ 5 ଷ୍ଟାର ମାନ୍ୟତା ଦେଲେ କ୍ରିଟିକ୍ସ

Udaya_Labanya | May 23, 2022 | 29 views |0 | Breaking News

ଭୁବନେଶ୍ୱର : ପୁଣି ମୁଖ୍ୟସ୍ରୋତକୁ ଫେରିବ କି ଓଡିଆ ଚଳଚ୍ଚିତ୍ର ? ଓଡିଆ ଚଳଚ୍ଚିତ୍ର ଦେଖିବାକୁ ପ୍ରେକ୍ଷାଳୟକୁ ଆସିବେ କି ଓଡିଆ ଦର୍ଶକ ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜା ଚାଲିଛି ।

ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପୂର୍ବରୁ ଓଡିଆ ଚଳଚ୍ଚିତ୍ର ଦୃଷ୍ଟିକୋଣର ଏକ ପ୍ରେସ ସୋ ସ୍ଥାନୀୟ ସ୍ୟାଣ୍ଡି ଟାୱାର ଠାରେ ଆୟୋଜିତ ହୋଇଛି । ସିନେ କ୍ରିଟିକ, ସିନେ ପ୍ରେମୀ, ସାମ୍ବାଦିକଙ୍କ ଗହଣରେ ଏହି ସୋ ଅନୁଷ୍ଠିତ ହୋଇଛି । ଅକ୍ଷୟ ପରିଜା ପ୍ରଡକ୍ସନ ନିବେଦିତ ଏହି ଚଳଚ୍ଚିତ୍ର ମୁକ୍ତିଲାଭ ପୂର୍ବରୁ ବିବାଦୀୟ ଓ ଓଡିଆ ଚଳଚ୍ଚିତ୍ର ଜଗତରେ ଏକ ବିପ୍ଳବ ଆଣିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସିନେମାର ପ୍ରଯୋଜକ ଓ ନିର୍ଦ୍ଦେଶକ । ନିଜ ଚଳଚ୍ଚିତ୍ର ନିଶ୍ଚିନ୍ତ ଓଡିଆ ଦର୍ଶକ ମାନଙ୍କ ମଧ୍ୟରେ ବିପ୍ଳବ ସୃଷ୍ଟି କରିବା ସହ ଦର୍ଶକ ମାନଙ୍କୁ ପ୍ରେକ୍ଷାଳୟ ମୁହାଁ କରିବ ବୋଲି ପ୍ରଯାଜନା ସଂସ୍ଥା ଦୃଢ଼ ଆଶାବାଦୀ। ସିନେମା ଦେଖିବା ପରେ ସିନେ କ୍ରିଟିକ ମାନେ ଚଳଚ୍ଚିତ୍ରକୁ ଫାଇଭ୍ ଷ୍ଟାର ମାନ୍ୟତା ଦେବା ସହ ସବୁ କ୍ଷେତ୍ରରେ ସିନେମାଟି ଉନ୍ନତ ମାନର ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ସିନେ ସମୀକ୍ଷକ ମାନେ ଚଳଚ୍ଚିିତ୍ରର କାହାଣୀ , ଚିତ୍ରନାଟ୍ୟ, ନିର୍ଦ୍ଦେଶନାକୁ ଭୂୟସୀ ପ୍ରଶଂସା କରିବା ସହ ଏଥିରେ ପ୍ରଥମଥର ପାଇଁ ଅଭିନୟ କରୁଥିବା ଲିଜା ନାୟକଙ୍କ ଅଭିନୟରେ ମନ୍ତ୍ର ମୁଗ୍ଧ ହୋଇଥିଲେ । ସେହିଭଳି ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ କ୍ରାଇମବ୍ରାଂଚ ପୋଲିସ ଅଫିସର ଭୂମିକା ମଧ୍ୟ ତାଙ୍କ ଜୀବନର ଏକ ମାଇଲ ଷ୍ଟୋନ ହେବ ବୋଲି ପ୍ରକାଶ କରିଥିଲେ । ଚଳଚ୍ଚିତ୍ରରେ ଅଭିନେତା ହର ରଥଙ୍କ ଆଡଭୋକେଟ ଭୂମିକା ଓ ସାହିତିକ ହରପ୍ରସାଦ ଦାସଙ୍କ ଜଜ୍ ଭୂମିକା ମଧ୍ୟ ନିଚ୍ଛକ ଓ ଲୋକାଦୃତ ହେବ ବୋଲି ଦୃଢ ଆଶା ପ୍ରକଟ କରିଛନ୍ତି ।

ଶହ ଶହ ବର୍ଷ ଧରି ଆମ ସମାଜରେ କିଭଳି ନିଷ୍ଠୁର ନାରୀ ନିର୍ଯାତନା ଚାଲି ଆସିଛି ଚଳଚ୍ଚିତ୍ର ଦୃଷ୍ଟିକୋଣ ଏହା ଉପରେ ଗଭୀର ରେଖାପାତ କରିଛି । ମଦ ଓ ଡ୍ରଗ୍ସ ନିଶାରେ ହିତାହିତ ଜ୍ଞାନ ହରାଇଥିବା କିଛି ଯୁବକଙ୍କ ଦ୍ୱାରା ଜଣେ ଯୁବତୀ ଗଣଦୁଷ୍କର୍ମର ଶୀକାର ହେଲେ ପ୍ରମାଣ ନଷ୍ଟ କରିବା ପାଇଁ ପୀଡିତାଙ୍କ ସହ ତାଙ୍କ ଭାବି ସ୍ୱାମୀଙ୍କୁ ମଧ୍ୟ ହତ୍ୟା କରାଗଲା । ମାମଲା କୋର୍ଟରେ ପହଁଞ୍ଚିିବା ପରେ ମୃତା ପୀଡିତାଙ୍କ ଚରିତ୍ର ସଂହାର ଆରମ୍ଭ ହୋଇଗଲା । ତେବେ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବାର ଦାଇତ୍ୱ ଏବେ କେବଳ ଜଣେ ମହିଳା ପୋଲିସ ଅଧିକାରୀ ଓ ଜଣେ ଲଢୁଆ ସରକାରୀ ଓକିଲଙ୍କ ଉପରେ ନ୍ୟସ୍ଥ ଥିଲା ।

କଣ ସୁନ୍ଦର ହେବା ଗୋଟେ ନାରୀର ଭୁଲ ? ନାରୀ ମାନଙ୍କ ସୈନ୍ଦର୍ଯ୍ୟ ପାଇଁ ସେମାନଙ୍କୁ କଣ ଦଣ୍ଡ ଦିଆଯିବ? ଏମିତି ଏକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଦୃଷ୍ଟି କୋଣ । ଯାହା ସାରା ଓଡିଶାରେ ବିଭିନ୍ନ ପ୍ରେକ୍ଷାଳୟରେ ଆସନ୍ତା ମେ ୨୭ ରେ ମୁକ୍ତିଲାଭ କରିବ ବୋଲି ଚଳଚ୍ଚିତ୍ରର କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି । ବରିଷ୍ଠ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ସିନେମାରେ ପ୍ରଯୋଜନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜ୍ଞ ନିର୍ଦ୍ଦେଶକ ସୁଶାନ୍ତ ମଣି ।ମୁଖ୍ୟ ଭୂମିକାରେ ଏଲିନା ସାମନ୍ତରାୟ , ଶୁଭଶ୍ରୀ ନାୟକ(ଲିଜା) , ଅଙ୍କିତ ମହାନ୍ତି , ହର ରଥ , ଚୈଧୁରୀ ବିକାଶ ଦାସ , ସାହିତିକ ହର ପ୍ରସାଦ ଦାସ ପ୍ରମୁଖ ଅଭିନୟ କରିଛନ୍ତି ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ…

Udaya_Labanya | January 28, 2023 | 1 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ କମିଶନର ଓ ପ୍ରମୁଖ ସଚିବଙ୍କ ପତ୍ର କ୍ରମେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର…

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

Udaya_Labanya | January 28, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହୋଇ ଉଦଯାପିତ ହୋଇଯାଇଛି।ସଂଯୁକ୍ତା ନାୟକ ଏହି କାର୍ଯ୍ୟକ୍ରମର ସଂଯୋଜିକା ଥିବା ବେଳେ ଅଧ୍ୟକ୍ଷ କାର୍ତ୍ତିକ…

Leave a Reply

Your email address will not be published. Required fields are marked *

Archives

Categories