ଦୁଇ ପଞ୍ଚାୟତ ବାସୀଙ୍କ ସିମା ବିବାଦ ସମାଧାନ ନୋହିଲା

Udaya_Labanya | May 25, 2022 | 46 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତହସିଲ ଅନ୍ତଃଭୁକ୍ତ ବୁଡୃକିଆ ପଞ୍ଚାୟତର ଦୁଇଟି ଓ୍ବାର୍ଡ ବାଲିସୁଗା ଓ ମାଦିନାଟ। ଏହି ଦୁଇଟି ଓ୍ବାର୍ଡରେ ରହି ଆସୁଥିବା ଅଦିବାସୀ ମାନଙ୍କ ମଧ୍ୟରେ ସିମା ବିବାଦ ଲାଗି ରହିଥିବା ବେଳେ ଦୁଇମାସ ତଳେ ଏହାକୁ ନେଇ ଦୁଇ ଓ୍ବାର୍ଡ ମଧ୍ୟରେ ଧସ୍ତା ଧସ୍ତି ପରିସ୍ଥିତି ଉପୁଜିଥିଲା। ଏହା ପରେ ପ୍ରଶାସନ ପକ୍ଷରୁ ସିମା ବିବାଦର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ବାଲିଗୁଡା ତହସିଲଦାରଙ୍କୁ ଦାୟିତ୍ବ ଦିଆଯିବା ପରେ ୨୪ ତାରିଖ ମଙ୍ଗଳବାର ଦିନ ଉଭୟ ଓ୍ବାର୍ଡ ବାସୀଙ୍କୁ ଦିଆଯାଇ ଯେଉଁ ସିମାରେ ବିବାଦ ରହିଛି ସେଇ ସ୍ଥାନରେ ବୈଠକ ସହ ଆଲୋଚନା ପାଇଁ ତହସିଲଦାର, ସୁପରଭାଇଜର, ଆର୍,ଆଇ ଯାଇ ପହଁଚି ଥିବା ବେଳେ ବାଲିସୁଗା ଓ୍ବାର୍ଡବାସୀ ଉକ୍ତ ବୈଠକରେ ନପହଁଚି ସମାଧାନ ଓ ଆଲୋଚନାକୁ ସହଯୋଗ ନକରିଥିବାରୁ ଅନ୍ୟପକ୍ଷ ମାଦିନାଟ ଓ୍ବାର୍ଡବାସୀଙ୍କୁ ତହସିଲଦାର ଅନ୍ୟଏକ ଦିନ ସମାଧାନ ଦେବାନେଇ ଆଲୋଚନା କରିବା ସହ ସହଯୋଗ ପାଇଁ ନିବେଦନ କରିବା ସହ ଆଲୋଚନା କରି ଫେରିଥିବା ଦେଖିବାକୁ ମିଳିଥିଲା। ଯଦି ଏଭଳି ବାରମ୍ବାର ସମାଧାନ ନ ହୁଏ ଓ ସହଯୋଗ ନମିଳେ ତେବେ ଆଗାମି ଦିନରେ ଏହା ଉଗ୍ରରୂପ ନେବ ବୋଲି ଚେତାବନି ଦେଇଛନ୍ତି ମାଦିନାଟ ପଞ୍ଚାୟତ ବାସୀ l

Share this
  •  
  •  
  •  
  •  
  •  
  •  
  •  

Related Posts

ଜଗଦିଶ ବେହେରାଙ୍କ ପରଲୋକ

Udaya_Labanya | February 5, 2023 | 3 views |0

ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବହଳଦା ବ୍ଲକର ବିଂଝୁଆ ଗ୍ରାମର ଜଗଦିଶ ବେହେରାଙ୍କ ସୁଗାର ଓ ବ୍ଲଡ଼ ପ୍ରେସର ଜନିତ ରୋଗରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବାରିପଦା ଜିଲ୍ଲା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି | ଏ ଖବର ଶୁଣି ରାଇରଙ୍ଗପୁର,…

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

Udaya_Labanya | February 5, 2023 | 104 views | 0

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ…

Leave a Reply

Your email address will not be published. Required fields are marked *

Archives

Categories