ଜୁପିଟର୍ ପବ୍ଲିକ୍‌ ସ୍କୁଲ୍‌କୁ ମିଳିଲା ଆୱାର୍ଡ

Udaya_Labanya | May 30, 2022 | 109 views |0 | Breaking News

ଭୁବନେଶ୍ଵର(ଉଲାପ୍ର) : ଭବିଷ୍ୟତ ପିଢ଼ି ଗଢ଼ିବା ତଥା ଭବିଷ୍ୟ ନିର୍ମାଣ କ୍ଷେତ୍ରରେ ଶିକ୍ଷାନୁଷ୍ଠାନଗୁଡ଼ିକର ଭୂମିକା ଅତୁଳନୀୟ । କରୋନାର ଆତଙ୍କ କାଳ ଓ ପରବର୍ତ୍ତୀ ସମୟରେ ସମନ୍ବିତ ଉନ୍ନତ ଶିକ୍ଷା କ୍ଷେତ୍ରରେ ଜୁପିଟର୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସର ଅବଦାନ ଅନନ୍ୟ। ଏହି ଗ୍ରୁପ୍ ଦ୍ଵାରା ଜୁପିଟର୍ ପବ୍ଲିକ୍‌ ସ୍କୁଲ୍ (ଜେପିଏସ୍) ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ ଅଗ୍ରଣୀ ଭୂମିକା ନିର୍ବାହ କରି ଶିକ୍ଷାସେବା ପ୍ରଦାନ କରିଆସୁଛି । ଏଥିପାଇଁ ଜୁପିଟର୍ ପବ୍ଲିକ୍‌ ସ୍କୁଲ୍‌କୁ ଜାତୀୟ ଗଣମାଧ୍ୟମ ସଂସ୍ଥା ନିଉଜ୍-୧୮ ନେଟୱର୍କ ପକ୍ଷରୁ ‘ ଏଜୁକେସନ୍ ଏମିନେନ୍ସ ଆୱାର୍ଡ- ୨୦୨୨’ ପ୍ରଦାନ କରାଯାଇଛି । ନିଉଜ୍-୧୮ ଓଡ଼ିଆର ବରିଷ୍ଠ ସମ୍ପାଦକ ଦୟାନିଧୂ ଦାଶ ଓ କାର୍ଯ୍ୟନିର୍ବାହୀ ସମ୍ପାଦକ ମାୟାଧର ପ୍ରଧାନଙ୍କଠାରୁ ଜୁପିଟର୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସର ଉପସଭାପତି ବିଶ୍ଵରଞ୍ଜନ ପାତ୍ର ଏହି ସମ୍ମାନ ଗ୍ରହଣ କରିଥିଲେ। ଭୁବନେଶ୍ୱରସ୍ଥିତ ହୋଟେଲ୍‌ ହିନ୍ଦୁସ୍ଥାନ ଇଣ୍ଟରନ୍ୟାସ୍‌ନାଲ୍ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Share this
  •  
  •  
  •  
  •  
  •  
  •  
  •  

Related Posts

ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ…

Udaya_Labanya | February 8, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ…

ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ…

Udaya_Labanya | February 8, 2023 | 12 views | 0

ଫୁଲବାଣୀ :-( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ସାମାଜ ସେବୀ ଅଶୋକ…

Leave a Reply

Your email address will not be published. Required fields are marked *

Archives

Categories