#Breaking News

ମା କାଳୀ ସେବାରେ ଉତ୍ସର୍ଗୀକୃତ ଆଦିତ୍ୟ


ଫୁଲବାଣୀ(ଉଲାପ୍ର)କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଯାତ୍ରା ନାରାୟଣୀ ଠାକୁରାଣୀ ଯାତ୍ରା ସର୍ଵସାଧାରଣଙ୍କ ଯାତ୍ରା।ଏହା ପ୍ରତି ଦୁଇ ବର୍ଷକୁ ଥରେ ହୋଇଥାଏ।ଯାତ୍ରା ନା ଶୁଣିଲେ ସମସ୍ତେ ଖୁସି ହୋଇଯାନ୍ତି କାରଣ ମିନାବଜାରରେ ମଉଜ ମସ୍ତି ସହ ଯାତ୍ରା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ଓ ବିଭିନ୍ନ ରକମର ଜିନିଷ ଦ୍ରବ୍ୟ କିଣିବା।ଆଉ କେହି କେହି ଏ ସମସ୍ତ ଠୁ ଦୂରରେ ରହି ନିଷ୍ଠାର ସହ ମା କାଳୀଙ୍କୁ ସେଵା କରିବା ସତେ ଯେମିତି ତାଙ୍କର ଏକ ନିଶା। ସେ ଆଉ କେହି ନୁହନ୍ତି ଫୁଲବାଣୀର ଜଣା ଶୁଣା ପେଷାଦାର ଆଇନଜୀବୀ ଓ ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ।ଫୁଲବାଣୀ ଠାରେ ଅନୁଷ୍ଠିତ ହେଉଥିବା ଦ୍ଵିବାର୍ଷିକ ଠାକୁରାଣୀ ଯାତ୍ରାରେ ପଞ୍ଚ ଠାକୁରାଣୀଙ୍କ ନଗର ଭ୍ରମଣ ସମୟରେ ସମ୍ମୁଖରେ ମନ୍ଦାର ମାଳିନୀ ନୃତ୍ୟ କରି ମାର୍ଗ ଦର୍ଶକ ରୂପେ କାର୍ଯ୍ୟ କରୁଥିବା ମା କାଳୀଙ୍କ ବେଶ ଶୋଭା ପାଇଥାଏ। ହେଲେ ସମସ୍ତେ ବାହାର ରୂପକୁ ଦେଖି ଲକ୍ଷ ଲକ୍ଷ ଲୋକ ମୁଣ୍ଡିଆ ମାରି ଚାଲି ଯାଆନ୍ତି କିନ୍ତୁ କେବେ ସେ କାଳୀଙ୍କ ବେଶରେ ସଜେଇ ହୋଇ ନୃତ୍ୟ କରୁଥିବା ମଣିଷକୁ କେବେ ଜାଣିବାକୁ ଚେଷ୍ଟା କରି ନଥାନ୍ତି।ସେଇ ବେଶ ଧାରଣ କରିବା ସମସ୍ତଙ୍କ ପକ୍ଷେ ସହଜ ହୋଇ ନଥାଏ।ଏହି ବେଶ ପାଇଁ ଦରକାର କେତେକ ନିଷ୍ଠା ଓ ନୀତିନିୟମ ଯାହାକି ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନପାରେ ନୀତିନିୟମରେ ଟିକେ ବିଚ୍ୟୁତି ହେଲେ ଜୀବନ ପ୍ରତି ବିପଦ ମାଡି ଆସିବାର ସମ୍ଭାବନା ରହିଥାଏ।
ଯାତ୍ରାର ଶୁଭଖୁଣ୍ଟି ଆସିବା ଠାରୁ ଆମିଷ ବର୍ଜନ ଠାକୁରାଣୀଙ୍କ ଆଗମନଠୁ ଯିବା ପର୍ଯ୍ୟନ୍ତ ପିଆଜ ରସୁଣ ବର୍ଜନ।ଏତକ ଦିନ ପାଳନ କରନ୍ତି ସନ୍ୟାସୀ ଜୀବନ । ତଳେ ଶୋଇବା, ବାହାରେ କୌଣସି ଖାଦ୍ୟପେୟ ଗ୍ରହଣ ନକରିବା,ପାରିବାରିକ ସୁଖକୁ ବର୍ଜ୍ଜନ କରିବା ଇତ୍ୟାଦି କେତେ କଣ ନିୟମ ପାଳନ କରିବାକୁ ପଡିଥାଏ। ଏ ସବୁ ଜଣେ ସାଂସାରିକ ଜୀବନ ଯାପନ କରୁଥିବା ବ୍ୟକ୍ତିଙ୍କ ପକ୍ଷେ ସହଜ ହୋଇ ନପାରେ।ସେ ଯାହା ହେଉ ଏ ସବୁକୁ ନିଷ୍ଠାର ସହ ପାଳନ କରିଥାନ୍ତି ଆଦିତ୍ୟ ତ୍ରିପାଠୀ।ସେ ୨୦୦୬ ମସିହାରୁ ଏହି କାଳୀ ସେବକ ଭାବେ ଜଡିତ ଅଛନ୍ତି।କିନ୍ତୁ ଲୋକମାନେ ହୁଏତ ଜାଣି ନଥାନ୍ତି।ଜାଣିବା ପରେ ଅନେକ କଥା ପଚାରି ବସନ୍ତି।

Leave a comment

Your email address will not be published. Required fields are marked *