#Breaking News

ଢେଙ୍କାନାଳ ଗୋପବନ୍ଧୁ ଟାଉନ୍ ହଲ୍‌ ଠାରେ ଗରିବ କଲ୍ୟାଣ ସମ୍ମେଳନ ଅନୁଷ୍ଠିତ

ଢେଙ୍କାନାଳ(ଉଲାପ୍ର)ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ଗରିବ କଲ୍ୟାଣ ସମ୍ମେଳନ ଉତ୍ସବ ଅନୁଷ୍ଠିତ ହୋଇଅଛି । ହିମାଚଳ ରାଜ୍ୟର ଶିମଳା ଠାରେ ଆୟୋଜିତ ଗରିବ କଲ୍ୟାଣ ସମେଳନରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ବିଭିନ୍ନ ଜିଲ୍ଲାର ବିଭିନ୍ନ ଜନକଲ୍ୟାଣ ଯୋଜନାର ହିତାଧ୍ୟାକାରୀମାନଙ୍କ ସହିତ ଭାବ ବିନିମୟ କରିଛନ୍ତି । ଏହି ଅବସରରେ ଜିଲ୍ଲାର ୨୦୦ ଜଣ ହିତାଧ୍ୟାକାରୀ ଟାଉନ ହଲ ଠାରେ ଉପସ୍ଥିତ ରହି ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟ କ୍ରମକୁ ଦେଖୁଥିଲେ । ଏହି ଉତ୍ସବରେ ଢେଙ୍କାନାଳ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ , ଉପାଧ୍ୟକ୍ଷା ଶ୍ରୀମତୀ ବିଳାସିନୀ ସେଠୀ , ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ରଙ୍କ ସମେତ ବିଭିନ୍ନ ବ୍ଲକ ଚେୟାରମ୍ୟାନ , ସଦର ବିଡିଓ ଶ୍ରୀ ସୁଧୀର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ

Leave a comment

Your email address will not be published. Required fields are marked *