#Breaking News

ଦୁର୍ନିତୀ ଓ ଅନିୟମିତତା ଅଭିଯୋଗ କରି ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନଦାବୀ କରି ଧାରଣା


ଫୁଲବାଣୀ(ସୁନୀଲପଟନାୟକ)
କୋଟଗଡ଼ ବ୍ଳକ ମାଦାଗୁଡ଼ା ସରକାରୀ ଉଚ୍ଚବିଦ୍ୟାଳୟ ସମ୍ମୁଖରେ ଅଭିଭାବକମାନଙ୍କ ଗଣଧାରଣା ।
ସ୍କୁଲର ପ୍ରଧାନଶିକ୍ଷୟତ୍ରୀଙ୍କ ମାତ୍ରୀ ଧିକ ଦୁର୍ନିତୀକାରବାର,ଅନିୟମିତତା,ମନମୁଖୀ ଶାସନ ବିରୁଦ୍ଧରେ ଅତିଷ୍ଠ ହୋଇ ମଙ୍ଗଳବାର ଅବିଭାବକମାନେ ଫାଟକରେ ତାଲା ଠୁକି ଧାରଣାରେ ବସିଥିଲେ । ପ୍ରଧାନଶିକ୍ଷୟତ୍ରୀ ଜଣଙ୍କ ବିଦ୍ୟାଳୟର ଅନ୍ୟ ଶିକ୍ଷକମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା, ସ୍କୁଲ ପରିଚାଳନା କମିଟି ବୈଠକ ନକରିବା, ଅନୁଦାନ ଅର୍ଥ ହଡପ କରିବା. ଆଦି ନାନା ଅଭିଯୋଗ କରିଥିଲେ ଅବିଭାବକ ଓ ଗ୍ରାମ ବାସୀ ।
। ପ୍ରଧାନଶିକ୍ଷୟତ୍ରୀଙ୍କ ବଦଳୀନ ହେବାଯାଏ ଧାରଣା ପ୍ରତ୍ୟାହୃତ ହେବ ନାହିଁ ବୋଲି ଏସ ଏମସି କମିଟି ଧମକ ଦେଇଛି । ଏନେଇ କୋଟଗଡ ବିଇଓ ଜଗନ୍ନାଥ ସାହୁଙ୍କୁ ପଚାରିବାରେ ସେ ଅଭିଯୋଗର ତଦନ୍ତ କରି ଘଟଣାର ସତ୍ୟାସତ୍ୟ ଥିଲେ ନିଶ୍ଚିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହୁଥିବାବେଳେ ପ୍ରଧାନ ଶିକ୍ଷୟତ୍ରୀ ଜଣଙ୍କ ବିଇ ଓ ମୋ ଲୋକ, ମୋର କିଏ କିଛି କରିପାରିବନି ବୋଲି ଖୋଲାଖୋଲି କହୁଛନ୍ତି ।
ହେଲେ ବି ଇଓ ବାବୁ କଣ ତଦନ୍ତ କରୁଛନ୍ତି ଆଗକୁ ଜଣାପଡିବ ।

Leave a comment

Your email address will not be published. Required fields are marked *