ଆସୁଛି ନୂଆ ଚଳଚ୍ଚିତ୍ର ‘ଲଭ ରିଆକ୍ସନ’ ପ୍ରଥମ ଥର ପାଇଁ ସୋନମ୍ ଓ ଅମ୍ଳାନ ନୂଆ ଯୋଡି

Udaya_Labanya | June 2, 2022 | 171 views |0 | Breaking News

ଭୁବନେଶ୍ୱର : ବଡ ପରଦାକୁ ଆସିବାକୁ ଯାଉଛି ଆଉ ଏକ ନୂଆ ଓଡିଆ ସିନେମାର । ଯାହାର ନାଁ ରହିଛି ‘ଲଭ ରିଆକ୍ସନ’ । ଏଥିରେ ପ୍ରଥମ ଥର ପାଇଁ ସୋନମ ଦାସ ଓ ଅମ୍ଳାନ ଏକାଠି ନଜର ଆସିବେ । ସୁପରଫିଟ୍ ଚଳଚ୍ଚିତ୍ର ମିତାଲି ଅପା ସହ ୱେବ ସିରିଜ୍ କ୍ଲବ ୬୯ ଓ ଗ୍ୟାଙ୍ଗସ ଅଫ୍ ପୁରୀରେ ଅଭିନୟ କରି ବେଶ ପ୍ରଶଂସା ସାଉଁଟିଥିବା ସୋନମଙ୍କ ବିପକ୍ଷରେ ଅମ୍ଳାନ ଏବଂ ଓମଙ୍କ ଦେଖିବାକୁ ମିଳିବ । ମା ମଙ୍ଗଳା ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ଚାଲିଥିବା ଏହି ସିନେମାର ସୁଟିଂ ଚାଲୁ ରହିଛି । ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ସିନେମାଟି ନିର୍ମାଣ ହେଉଥିବା ବେଳେ ଏହା ଦର୍ଶକଙ୍କ ମନକୁ ଛୁଇଁବ ବୋଲି କୁହାଯାଉଛି । ତେବେ ଏହି ଚଳଚ୍ଚିତ୍ର ମାଧ୍ୟମରେ କମେଡିଆନ ବ୍ରଜ ସିଂ ପ୍ରଥମ ଥର ପାଇଁ ନିର୍ଦ୍ଦେଶନାରେ ପାଦ ରଖିଛନ୍ତି । ଏଥିରେ ଅମ୍ଳାନ, ଓମ୍‌, ସୋନମ, ବ୍ରଜ ସିଂ, ପ୍ରଜ୍ଞାନ, ଦେବୁ ବ୍ରହ୍ମା, ପ୍ରମୁଖ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରର ସୁଟିଂ ଖୁବଶୀଘ୍ର ଶେଷ ହୋଇ ବଡ ପରଦାରେ ରିଲିଜ ହେବ ବୋଲି ଜଣାପଡିଛି ।

Share this

Related Posts

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views |0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ…

Udaya_Labanya | June 7, 2023 | 4 views | 0

ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ…

Leave a Reply

Your email address will not be published. Required fields are marked *

Archives

Categories