ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ବୈଠକ: କଳା ସଂସ୍କୃତି ର ସୁରକ୍ଷା ଓ ବିଲୁପ୍ତ ପ୍ରାୟ କଳାର ପୁନଃଉଦ୍ଧାର ଉପରେ ଆଲୋକପାତ

Udaya_Labanya | June 2, 2022 | 169 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ପଂଚାୟତ ସ୍ତରୀୟ ବୈଠକ ବୁଡୁରୁକିଆ ପଂଚାୟତ ର ଡାମିକିଆ ଗାଁ ରେ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାର ଙ୍କ କଳାକାର ଭତ୍ତା ଓ ଭାଗବତ ଟୁଙ୍ଗୀ ର ପୁନଃଉଦ୍ଧାର କୁ କ୍ରିୟାଶିଳ କରିବା ସହ କଳାକାର ଙ୍କୁ ସଂଗଠିତ କରିବା ଉଦେଶ୍ୟ ରେ ଏବଂ ସମସ୍ତ କଳାକାର ଙ୍କୁ ଇ-ରେଜିଷ୍ଟ୍ରେସନ କରିବା ନେଇ ଗ୍ରାମ ପଂଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା ଙ୍କୁ ଅଞ୍ଚଳ ର କଳାକାର ଓ ଗ୍ରାମବାସୀ ଙ୍କ ତରଫରୁ ପାଛୋଟି ନିଆଯିବା ସହିତ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ଉକ୍ତ ବୈଠକ ରେ କଳା ଓ ସଂସ୍କୃତି ର ସୁରକ୍ଷା ଓ ବିଲୁପ୍ତ ପ୍ରାୟ କଳା ର ପୁନଃ ଉଦ୍ଧାର ସମ୍ବଦ୍ଧିୟ ଆଲୋଚନା ହୋଇଥିଲା l ଉକ୍ତ ବୈଠକ ରେ ବୁଡୁରୁକିଆ ଗ୍ରାମ ପଂଚାୟତ ର ବହୁ କଳାକାର ଯୋଗ ଦେଇଥିଲେ l ବୈଠକ କୁ ରଂଜିତ କୁମାର ଡିଗାଲ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories