କନ୍ଧମାଳ ଦଙ୍ଗା ଘଟଣା ରେ ପ୍ରମାଣ ଅଭାବରୁ ୩୨ଜଣ ନିର୍ଦୋଷ ରେ ଖଲାସ

Udaya_Labanya | June 4, 2022 | 98 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଜଳେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ସମେତ ଚାରି ଜଣ ସହଯୋଗୀ ଅଜଣା ଆତତାୟୀ ଙ୍କ ଗୁଳିରେ ନିହତ ହୋଇଥିଲେ l ଏହାକୁ ନେଇ ପରବର୍ତ୍ତୀ ସମୟରେ ସମଗ୍ର କନ୍ଧମାଳ ରେ ଦଙ୍ଗା ଭଳି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା l ଏହି ଘଟଣା ରେ ସଂଶ୍ଲିଷ୍ଟ ଥିବା ଅଭିଯୋଗ ରେ ବହୁ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଏକ ମାମଲାର ବିଚାର କରି ବାଲିଗୁଡା ଅତିରିକ୍ତ ସେସନ ଜଜ୍ ଦୀପଙ୍କର ପଟ୍ଟନାୟକ କନ୍ଧମାଳ ଦଙ୍ଗା ଘଟଣା ରେ ଗିରଫ ହୋଇଥିବା ୩୨ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷ ରେ ଖଲାସ କରିଛନ୍ତି l ପ୍ରକାଶ ଯେ, ଦାରିଙ୍ଗବାଡି ଥାନା କେଶ ନଂ.୫୭/ତା.୦୨.୦୯.୨୦୦୮ ପ୍ରକାରେ ଏକ ମକଦ୍ଦମା ରୁଜୁ ହୋଇଥିଲା l ଉକ୍ତ ମକଦ୍ଦମା କୁ ଭିର୍ତ୍ତି କରି କେଶ ଚାଲିଥିଲା l ତାହାର ଶୁଣାଣୀ ରେ କନ୍ଧମାଳ ଦଙ୍ଗା ଘଟଣା ରେ ଗିରଫ ହୋଇଥିବା ୩୨ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷ ରେ ଖଲାସ କରିଛନ୍ତି l ଏହି ମକଦ୍ଦମାକୁ ବାଲିଗୁଡାର ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର କୁମାର ପାତ୍ର ପରିଚାଳନା କରୁଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

Udaya_Labanya | February 5, 2023 | 89 views |0

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ…

ଆବାସ ଯୋଜନା ଦୁର୍ନୀତି ନେଇ ତିଗିରିଆ ବ୍ଲକ…

Udaya_Labanya | February 4, 2023 | 15 views | 0

ତିଗିରିଆ (ଉଲ୍ଲାପ୍ର )କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟରେ ଶାସକ ଦଳ ଦଳୀୟ ଭିତିରେ ବାଣ୍ଟୁ ଥିବା ଯୋଗୁ ଏବେ ରାଜ୍ୟରେ ବିଜେପି ଦଳ ପ୍ରତି ବ୍ଲକ ଆଗରେ ଧାରଣା ଦେଉଛି, ଶନିବାର ଦିନ କଟକ ଜିଲ୍ଲା ଆଠଗଡ ନିର୍ବାଚନ…

Leave a Reply

Your email address will not be published. Required fields are marked *

Archives

Categories