ସ୍ଵତନ୍ତ୍ର ଉନ୍ନୟନ୍ନ ପରିଷଦ କାର୍ଯ୍ୟାଳୟରେ ୩ ବର୍ଷ ହେଲା ତାଲା ଝୁଲୁଛି

Udaya_Labanya | June 5, 2022 | 120 views |0 | Breaking News


ଫୁଲ ବାଣୀ(ସୁନୀଲପଟନାୟକ )
ସରକାରଙ୍କର ଆଦିବାସୀଙ୍କ ପାଇଁ ଦରଦ ଥିବା କଥା କହୁଛନ୍ତି ହେଲେ ବାସ୍ତବରେ ନୁହେଁ।କେବଳ ନିରିହ ଆଦିବାସୀଙ୍କ କଳେବଳେ କୌଶଳେ ଫସାଇ 6ସମାନଙ୍କ ଭୋଟ ହାତେଇବାରେ ବ୍ୟସ୍ତ , ନ ହେଲେ ଆଦିବାସୀଙ୍କ କଳା ସଂସ୍କୃତି ପରମ୍ପରା ଲୋକ ନୃତ୍ୟ ଓ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶପାଇଁ ଆଦିବାସୀ ଜିଲ୍ଲାଗୁଡିକରେ ସ୍ଵତନ୍ତ୍ର ଉନ୍ନୟନ୍ନ ପରିଷଦ ଗଠନ କରିଥିଲେ ଠିକ ୨୦ ୧୯ ନିର୍ବାଚନ ପୂର୍ବରୁ । କନ୍ଧମାଳ ସମେତ ରାଜ୍ୟର ମୟୂରଭଞ୍ଜ, ରାୟଗଡ଼ା, କେଉଁଝର, ମାଲକାନାଗିରି, ସୁନ୍ଦର ଗଡନବରଙ୍ଗପୁର, ଗଜପତି , କୋରାପୁଟ ଭଳି୧୦ ଗୋଟି ଜିଲ୍ଲାରେ ୨୦୧୭ ମସିହାରେ ସ୍ଵତନ୍ତ୍ର ଉନ୍ନୟନ୍ନ ପରିଷଦ ଗଠନ କରି ସେଥିରେ ରାଜ୍ୟପାହ୍ୟା ମନ୍ତ୍ରୀ କ୍ୟାଡ଼ର ମାନ୍ୟତା ନେଇ ଦଳୀୟଆଦିବାସୀ ନେତାଙ୍କୁ ଅଧ୍ୟକ୍ଷ ଉପାଧକ୍ଷ ପଦବୀ ଦେବା ସହ ୯ ଜଣିଆ ସଦସ୍ୟ ନିଯୁକ୍ତି କରିଥିଲେ । ଏଥିରେ ଆଦିବାସୀମାନେ ବେଶ ଖୁସି ବ୍ୟକ୍ତ କରିଥିଲେ । ବର୍ଷକୁ ପ୍ରତି ବ୍ଲକ ପାଇଁ ଦେଢ଼ କୋଟି ଲେଖାଏ ଜିଲ୍ଲ।କୁ ୧୮କୋଟି ଟଙ୍କା ଅନୁଦାନ ମଧ୍ୟ ଦେଉଥିଲେ ସରକାର। ଜିଲାରେ କାର୍ଯ୍ୟାଳୟ ମଧ୍ୟ ଖୋଲାଯାଇଥିଲା । ହେଲେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମେ ୨୫ରେ ପରିଷଦକୁ ଭାଙ୍ଗିଦେଇଥିଲେ ସରକାର। ତାପରଠୁ ଏଯାଏ ଗତ ୩ ବର୍ଷ ହେଲା ପରିଷଦ ଗଢିନାହାନ୍ତି ସରକାର।
ଫଳରେ କାର୍ଯ୍ୟାଳୟରେ ତାଲା ଝୁଲୁଛି ।
ଅର୍ଥ ଅନୁବାନ୍ ମଧ୍ୟ ଖର୍ଚ ନହୋଇ ପଡି ରହିଛି ଆଇଟିଡିଏ ବିଭାଗରେ । ନୂତନ ପରିଷଦ ଗଠନର ନା ଗନ୍ଧଧରୁନାହ।ନ୍ତି ସରକାର। ଏପଟେପରିଷଦ ଗଠନହେଲେ ହିଁ ପରିଷଦ ଖର୍ଚ କରିବ ଅର୍ଥ ।
ନିର୍ବାଚନ ସରିଲେ ଗାଦି ହାତେଇସାରିଲେ ସରକାର ଭୁଲି ଯାଉଛନ୍ତି ଫଳରେ ଅଧାରେ ଅଟକିଯାଏ ପ୍ରସ୍ତାବିତ ପ୍ରକଳ୍ପ ଆଉ ଅଧା ରହିଯାଏ ବିକାଶ । ଏଥିରୁ ସରକାରଙ୍କ ଉପରଠାଉରିଆ ଆଦିବାସୀ ବିକାଶର ନଗ୍ନ ରୂପର ନମୁନା ଦେଖିବାକୁ ମିଳିଛି କନ୍ଧମାଳ ଜିଲାରେ ।
ଏବେ ପଞ୍ଚାୟତ ଓ ପୌର ନିର୍ବାଚନବି ସାରିଲାଣି । ସରକାରନ୍କ ଜିତା ପଟ ବି ହେଇଛି l ଆଗକୁ ସାଧାରଣ ନିର୍ବାଚନ ୨୦ ୨୪ରେ ।

ତେବେ ଆଦିବାସୀଙ୍କ ଉନ୍ନତି ପାଇଁ କେବେ ଏ ସ ଡିସି ଗଠନ କରୁଛନ୍ତି ସରକ।ର ଓ କାହାକୁ ନିଯୁକ୍ତି ଦେଉଛନ୍ତି ତାହା ଦେଖିବାର କଥା ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

Udaya_Labanya | February 5, 2023 | 72 views |0

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ…

ଆବାସ ଯୋଜନା ଦୁର୍ନୀତି ନେଇ ତିଗିରିଆ ବ୍ଲକ…

Udaya_Labanya | February 4, 2023 | 15 views | 0

ତିଗିରିଆ (ଉଲ୍ଲାପ୍ର )କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟରେ ଶାସକ ଦଳ ଦଳୀୟ ଭିତିରେ ବାଣ୍ଟୁ ଥିବା ଯୋଗୁ ଏବେ ରାଜ୍ୟରେ ବିଜେପି ଦଳ ପ୍ରତି ବ୍ଲକ ଆଗରେ ଧାରଣା ଦେଉଛି, ଶନିବାର ଦିନ କଟକ ଜିଲ୍ଲା ଆଠଗଡ ନିର୍ବାଚନ…

Leave a Reply

Your email address will not be published. Required fields are marked *

Archives

Categories