ତଥ୍ୟ ପଚାରିଲେ ସାମ୍ବାଦିକଙ୍କୁଡାକ୍ତର ଙ୍କ ଦୁର୍ବ୍ୟବାହର ଅଭିଯୋଗ

Udaya_Labanya | June 8, 2022 | 207 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )

  • କନ୍ଧମାଳ ଜିଲ୍ଲା ଖଜୁରିପଡା ଡାକ୍ତରଖାନା ରେ ଡାକ୍ତର ନ ଥିବାରୁ ମେଡିକାଲ ବନ୍ଦ ରହିବା ନେଇ ଲାଗିଛି ସୂଚନା ଫଳକ। ମେଡିକାଲ କୁ ଆସୁଥିବା ରୋଗୀ ଏଵଂ ସମ୍ପର୍କୀୟ ଏଭଳି ସୂଚନା ଫଳକ ଦେଖି ଆଶ୍ଚର୍ଯ୍ୟ ହେଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ସୂଚନା ଫଳକ ସମ୍ପର୍କରେ ଦାୟିତ୍ୱ ରେ ଥିବା ଡାକ୍ତର ରଞ୍ଜନ କୁମାର ରାଉତରାୟ ଙ୍କୁ ପଚାରିବାରୁ ଓଲଟା ସାମ୍ବାଦିକଙ୍କୁ ଧମକ ପୂର୍ଣ୍ଣ କଥାବାର୍ତ୍ତା କରୁଛନ୍ତି, ହେଲେ ମେଡିକାଲ ରେ ରୋଗୀ ସେବା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଥିବା ବେଳେ ଏଠି କିନ୍ତୁ ମେଡିକାଲ ବନ୍ଦ ରହିଥିବା ନେଇକୁଆଡେ ଲାଗିଛି ସୂଚନା ଫଳକ l
    ଏହା ଆଶ୍ଚଯ୍ୟ ଲାଗୁଥିଲେ ମଧ୍ୟ ସମ୍ପୂର୍ଣ ସତ୍ୟ ଅଟେ। ମେଡିକାଲ ରେ ଏଭଳି ସୂଚନା ଫଳକ କିଛିଦିନ ପୂର୍ବରୁ ଲାଗିଥିଲେ ମଧ୍ୟ କିଏ କାହିଁକି ଲଗଇଛନ୍ତି ସେ ସମ୍ପର୍କରେ କେହି ମୁହଁ ଖୋଲୁ ନାହାନ୍ତି। ମେଡିକାଲ ଅଧିକାରୀ ଡାକ୍ତର ନିମାଇଁ ଚରଣ ବିଶି ଛୁଟିରେ ରହିଥିବା ବେଳେ କିଏ ଏହାକୁ ଲଗାଇଛି ତାହା ମେଡିକାଲ ରେ ଲାଗିଥିବା ସିସିଟିଭି ଦେଖିଲେ ଜଣାପଡ଼ିବ। କିନ୍ତୁ ଏନେଇ ଯଦି ଜଣେ କର୍ତବ୍ୟରତ ସାମ୍ବାଦିକଜଣଙ୍କ ଏ ନେଇ ଡାକ୍ତର ଙ୍କୁ ପଚାରିବାରୁ ଡାକ୍ତର ରଞ୍ଜନ କୁମାର ରାଉତରାୟ ତୁମେ କାହିଁକି ମେଡିକାଲ ଆସୁଛ ତମର କିଛି କାମ ନାହିଁକି, ଅଲଗା କୁଆଡେ ଯାଇକି ଖବର ସଂଗ୍ରହ କରୁନ ବୋଲି କହିବା ସହ କଣ କରିବାର ଅଛି କର ବୋଲି କହିବା ସହ ସାମ୍ବାଦିକଙ୍କୁ ଧମକ ଦେବା କେତେଦୂର ଯଥାର୍ଥ ସେଥିରୁ ଜିଲ୍ଲା ରେ ସ୍ବାସ୍ଥ୍ୟସେବା କିଭଳି ଚାଲିଛି ଜଣା ପଡୁଛି l
Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories