ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କନ୍ଧମାଳ ର ଯୁବ ଶିକ୍ଷକଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

Udaya_Labanya | June 8, 2022 | 169 views |0 | Breaking News


କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳର ବିଶିଷ୍ଟ ସାମାଜିକ କର୍ମୀ ତଥା ପରିବେଶପ୍ରେମୀ ବିପିନ୍ ବିହାରୀ ସାହୁଙ୍କୁ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ କରାଯାଇଛି। ଫୁଲବାଣୀ ବନଖଣ୍ଡ ସଭାଗୃହରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ଫୁଲବାଣୀ ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା, ସମ୍ମାନିତ ଅତିଥି ଡିଏଫଓ କେନ୍ଦୁପତ୍ର ପତିତପାବନ ପରିଡା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିଶ୍ୱରଂଜନ ନାୟକ ପ୍ରମୂଖ ମାନପତ୍ର, ଉପଢୌକନ ସହ ଦଶହଜାର ଟଙ୍କାର ଚେକ୍ ପ୍ରଦାନ କରି ଶ୍ରୀ ସାହୁଙ୍କୁ ସମ୍ମାନିତ କରିଛନ୍ତି। ବୃକ୍ଷରୋପଣ, ପୋଡ଼ୁଚାଷ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଜନସାଧାରଣଙ୍କୁ ଜାଗ୍ରତ କରାଉଥିବା ଶ୍ରୀ ସାହୁ ଏକାଧାରାରେ ଜଣେ ଛାତ୍ର ବତ୍ସଳ ଶିକ୍ଷକ, ପରିବେଶବିତ୍ ଓ ସକରାତ୍ମକ ଭାବନା ନେଇ କାମ କରୁଥିବା ଯୁବ ସଂଗଠକ ଭାବେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।ପୂର୍ବରୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଯୁବ ପୁରସ୍କାର, ରାଜ୍ୟ ରାଜୀବ ଗାନ୍ଧୀ ଫାଉଣ୍ଡେସନ ତରଫରୁ ଶ୍ରେଷ୍ଠ ଏନଏସଏସ ସ୍ୱେଚ୍ଛାସେବୀ ଓ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ଫୁଲବାଣୀ ତରଫରୁ ଶ୍ରେଷ୍ଠ ରେଡ଼କ୍ରସ ସ୍ବେଚ୍ଛାସେବୀ ଭାବେ ସମ୍ମାନିତ ହୋଇଛନ୍ତି। ଏକ ସରସ ସୁନ୍ଦର ପରିବେଶ ଓ ସବୁଜ ବଳୟ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପୂର୍ବକ ନିଜ ଚାରିପାଖର ପୃଥିବୀକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ କରି ରଖିବା ପାଇଁ ଶ୍ରୀ ସାହୁ ସମସ୍ତଙ୍କୁ ଅପିଲ୍ କରିଛନ୍ତି। ଏହି ଅବସରରେ ପରିବେଶ ସୁରକ୍ଷା ପାଇଁ କାମ କରିଥିବା ଜିଲ୍ଲାର ପ୍ରତ୍ୟେକ ବ୍ଲକର ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ମଧ୍ୟ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ କରାଯାଇଛି।

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories