ଶ୍ରମିକ ବଦଳରେ ମେସିନ୍ କରୁଛି କାମ: ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା

Udaya_Labanya | June 8, 2022 | 108 views |0 | Breaking News


ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହେଉଛି । ମନରେଗା ଯୋଜନାରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ବାରା ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ସରକାରୀ ନିୟମାନୁଯାୟୀ ଏଠି ଶ୍ରମିକ କାମ କରିବା କଥା କିନ୍ତୁ ଶ୍ରମିକଙ୍କ ବଦଳରେ କାମ କରୁଛି ଜେସିବି ମେସିନ୍ । ସେପଟେ କାର୍ଯ୍ୟ ଆରମ୍ଭ ପୂର୍ବରୁ ସମ୍ପୃକ୍ତ ସ୍ଥାନରେ ସୂଚନା ଫଳକ ଲାଗିବା କଥା କିନ୍ତୁ ସେଥିରେ ମଧ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଭଳି ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ବାରଖମା ଅଞ୍ଚଳରେ । ସୂଚନା ପ୍ରକାରେ ବାଲିଗୁଡ଼ା ବ୍ଳକର ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ସଂସ୍ଥା ଦ୍ୱାରା ବାରଖମା ଅଞ୍ଚଳର ୧୦ ଜଣ ହିତାଧିକାରୀଙ୍କ ନାମରେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟର କାର୍ଯ୍ୟାଦେଶ ହୋଇଥିଲା କିନ୍ତୁ କାର୍ଯ୍ୟାଦେଶ ନାମକୁ ମାତ୍ର । ହିତାଧିକାରୀଙ୍କ ବଦଳରେ ଏଠାରେ କାମ କରୁଛନ୍ତି ଠିକାଦାର ତାହା ପୁଣି ଜେସିବି ମେସିନ ଦ୍ବାରା । ଘଟଣା ସମ୍ପର୍କରେ ବାଲିଗୁଡ଼ା ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀଣିଙ୍କୁ ପଚାରିବାରୁ ସନ୍ତୋଷଜନକ ଉତ୍ତର ଉତ୍ତର ନଦେଇ ଓଲଟି ଘଟଣାକୁ ଘଣ୍ଟ ଘୋଡ଼ାଇବା ଭଳି ମନ୍ତବ୍ୟ ଦେଇଛନ୍ତି । ଠିକାଦାର ଓ ବିଭାଗୀୟ ଅଧିକାରିଣୀଙ୍କ ମଧୁ ଚନ୍ଦ୍ରିକାରେ ଶ୍ରମିକ ହତାଶ । ସେପଟେ ଘଟଣାକୁ ତିବ୍ର ବିରୋଧ କରିଛନ୍ତି ଜନତା । କାର୍ଯ୍ୟାଦେଶ ନାକଚ କରିବା ସହ ଘଟଣାର ତଦନ୍ତ କରିବାସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବୁଦ୍ଧିଜୀବୀ ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ…

Udaya_Labanya | January 28, 2023 | 1 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ କମିଶନର ଓ ପ୍ରମୁଖ ସଚିବଙ୍କ ପତ୍ର କ୍ରମେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର…

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

Udaya_Labanya | January 28, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହୋଇ ଉଦଯାପିତ ହୋଇଯାଇଛି।ସଂଯୁକ୍ତା ନାୟକ ଏହି କାର୍ଯ୍ୟକ୍ରମର ସଂଯୋଜିକା ଥିବା ବେଳେ ଅଧ୍ୟକ୍ଷ କାର୍ତ୍ତିକ…

Leave a Reply

Your email address will not be published. Required fields are marked *

Archives

Categories