ପିଏ ଜି ର ନୁତନ କର୍ମକର୍ତା

Udaya_Labanya | June 9, 2022 | 124 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
ଗୁରୁବାର (ପି ଏ ଜି )ଫୁଲବା ଣି ଆକ୍ସନ ଗ୍ରୁପ ର ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା l
ଏଥିରେ ଆଗାମୀ ୩ ବର୍ଷ ପାଇଁ ପିଏଜି ର ଅଧ୍ୟକ୍ଷ ଭାବେ ବରିଷ୍ଠ ସମାଜସେବୀ ନିପୀଡିତ ମୁଖ୍ୟ ରାମ ଚନ୍ଦ୍ର ଦାଶ, ଆବାହକ ଭାବେ ସ୍ଵାତି ସମ୍ପାଦକ ଇଂ, ହରିଶଙ୍କର ରାଉତ, ମନୋନୀତ ହୋଇଥିବାବେଳେ, କାର୍ଯ୍ୟକାରି କମିଟି ସଦସ୍ୟଭାବେ ବରିଷ୍ଠ ସମାଜସେବୀ ଜିଆ ଉଦିନଅ ହମଦ, ଅଶୋକ ପ୍ରଧାନ, ସାବିତ୍ରୀ ଦେବୀ, ଚନ୍ଦ୍ରକାନ୍ତ, ପଞ୍ଚାନନ ମିଶ୍ର, କୈଳାସ ଦଣ୍ଡପାଟ, ଓ ବରଦା ନାୟକ ପ୍ରମୁଖ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିବା ପିଏ ଜି ପକ୍ଷରୁ କୁହାଯାଈଛି l
ଏହି ନୂତନ କମିଟି ସ୍ଵେଛା ସେବୀ ସଂଗଠନ ଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ସମୂହ ସ୍ୱାର୍ଥ ପାଇଁ ଉତ୍ସର୍ଗୀକୃତ ମନୋ ଭାବ ନେଇ କାର୍ଯ୍ୟ କରିବ l ଏଥିସହ ଗ୍ରାମାଞ୍ଚଳ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ କାର୍ଯ୍ୟ କରିବ ବୋଲି ଆବାହକ ଇଂ ହରିଶଙ୍କର ରାଉତ କହିଛନ୍ତିl
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଆବାହକ ଅଶୋକ ପରିଡ଼ା, ରବୀନ୍ଦ୍ର ପଣ୍ଡା, ଙ୍କ ସମେତ ଜିଲାର ବହୁ ସଦସ୍ୟ ଉପସ୍ଥିତ ଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ…

Udaya_Labanya | January 28, 2023 | 1 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ କମିଶନର ଓ ପ୍ରମୁଖ ସଚିବଙ୍କ ପତ୍ର କ୍ରମେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର…

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

Udaya_Labanya | January 28, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହୋଇ ଉଦଯାପିତ ହୋଇଯାଇଛି।ସଂଯୁକ୍ତା ନାୟକ ଏହି କାର୍ଯ୍ୟକ୍ରମର ସଂଯୋଜିକା ଥିବା ବେଳେ ଅଧ୍ୟକ୍ଷ କାର୍ତ୍ତିକ…

Leave a Reply

Your email address will not be published. Required fields are marked *

Archives

Categories