ଫୁଲବାଣୀ ପଞ୍ଚାୟତ ସମିତି ପକ୍ଷରୁ ଶୁଭାରମ୍ଭ ହୋଇଛି ନିଆରା କାର୍ଯ୍ୟକ୍ରମ “ପରିବର୍ତ୍ତନ”

Udaya_Labanya | June 9, 2022 | 176 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )

ତା ୦୯.୦୬.୨୦୨୨ ଶୁକ୍ରବାର ଦିନ କନ୍ଧମାଳ ଜିଲ୍ଲା ପ୍ରଶାସନର ନିଆରା କାର୍ଯ୍ୟକ୍ରମ “ପରିବର୍ତ୍ତନ” ର ଶୁଭାରମ୍ଭହୋଇଛି l ଫୁଲବାଣୀ ପଞ୍ଚାୟତ ସମିତି ପକ୍ଷରୁ କେରେଡି ଗ୍ରାମ ପଞ୍ଚାୟତ ପରିସରରେ ଶୁଭାରମ୍ଭ ହୋଇଥିଲା ଏହି ପରିବର୍ତ୍ତନ କାର୍ଯ୍ୟକ୍ରମ l ଲୋକଙ୍କ
ମଧ୍ୟରେ ପରିବର୍ତନ ଆଣିବା ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ l ଏହି କାର୍ଯ୍ୟକ୍ରମ ଜରିଆରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୃଷ୍ଟିକର ଖାଦ୍ୟ ସମ୍ପର୍କିତ ଏକ ସଚେତନତା ବୈଠକ ଅନୁଷ୍ଟିତ ହୋଇଥିଲା ,ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷl ଶ୍ରୀମତୀ ସସ୍ମିତା କଂହର, ସମ୍ମାନୀତ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତନୁ କୁମାର ନାୟକ,କେରେଡି ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ବନିତା କଂହର,ସମିତି ସଭ୍ୟ ଦେବନାରାୟଣ ପ୍ରଧାନ ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶ୍ରୀମତୀ କଳ୍ପନା ଦଳାଇ,ଭାରପ୍ରାପ୍ତ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ କ୍ରିଷ୍ଣା କୁମାରୀ ବେହେରା,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର, ସମ୍ପାଦିକା ମା ମଙ୍ଗଳା ପଞ୍ଚାୟତ ସ୍ତରୀୟ ସଂଘ କେରେଡି ସୁଷମା ସାହୁ ଉପସ୍ଥିତ ଥିଲେ। ଓଡ଼ିଶା ଜୀବିକା ମିଶନ ଗୋଷ୍ଠୀ ପ୍ରକଳ୍ପ ପରିଚାଳିକା ସୁଶ୍ରୀ ସବିତା ସୁବୁଦ୍ଧି କାର୍ଯକ୍ରମ ଟିକୁ ପରିଚାଳନା କରିଥିବା ବେଳେ , ବ୍ଲକ ବୈଷୟିକ ସଂଯୋଜକ ଜାଜୁଲ୍ୟମୟ ପାତ୍ର, ସମନ୍ୱିତ ଶିଶୁ ବିଭାଗ ପର୍ଯ୍ୟବେକ୍ଷକ ଶ୍ରୀମତୀ ଆନନ୍ଦିନୀ ମହାନ୍ତି, ସ୍ବାସ୍ଥ୍ୟ ବିଭାଗର କର୍ମୀ, ସମସ୍ତ ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ,କମ୍ୟୁନିଟି କ୍ୟାଡ଼ର ମାନେ ସହଯୋଗ କରି ଥିଲେ l

Share this

Related Posts

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views |0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ…

Udaya_Labanya | June 7, 2023 | 4 views | 0

ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ…

Leave a Reply

Your email address will not be published. Required fields are marked *

Archives

Categories