ଚୁଆ ରେ ଗଳି ପଡିଥିବା ଛୁଆ ହାତୀବନବିଭାଗ ଦ୍ୱାରା ଉଦ୍ଧାର

Udaya_Labanya | June 10, 2022 | 177 views |0 | Breaking News

ଫୁଲବାଣୀ (ସୁନୀଲ ପଟନାୟକ )
ପୁଣି ବିପଦରେ ଗଜ ରlଜ l ଛୁଆ ହାତୀ ପୁଣି ଗଳି ପଡ଼ିଲା ଏକ ପରିତ୍ୟକ୍ତ ଚୁଆ ରେ । କନ୍ଧମାଳ ଜିଲ୍ଲା ଗୋଛାପଡା ରେଞ୍ଜ ଅଧିନସ୍ଥ ପକାରୀ ପଞ୍ଚାୟତ ର ଜିରୀଙ୍ଗପଡ଼l ଗ୍ରାମ ନିକଟ ବିଲ ମାଳ ରେ ଥିବା ଚୁଆ ରେ ଏକ ଛୁଆ ହାତୀ ପଡିଥିବା ଦେଖିଥିଲେ ଗ୍ରାମ ବାସୀ । ସୁଚନା ଅନୁସାରେ ବିଳମ୍ବିତ ରାତିରେ ୧୦ ଟିକିଆ ହାତୀପଲ ଆମ୍ବ ଓ ପଣସ ଖାଇବା ପାଇଁ ଗାଁକୁ ଆସିଥିଲେ । ହାତୀପଲ ମଧ୍ୟରେ ରହିଥିଲା ଏକ ଛୁଆ ହାତୀ । ହାତୀପଲ ପାହାନ୍ତା ରୁ ଜଙ୍ଗଲ କୁ ଫେରୁଥିବା ବେଳେ ଏକ ପରିତ୍ୟକ୍ତ ଚୁଆ ରେ ପଡିଯାଇ ଥିଲା ହାତୀ ଛୁଆ ଟି । ଖବର ପାଇ ଘଟଣା ସ୍ଥଳକୁ ଫିରିଙ୍ଗିଆ ରେଞ୍ଜର ବିଜୟ ମଲ୍ଲିକ ସହ ଏକ ୩0ଜଣିଆ ଟିମ ଓ କିଛି ଗ୍ରାମ ବସି ମିଶି ଏକ ଜେଶିବି ମେସିନ ସାହାଯ୍ୟ ରେ ହାତୀ ଛୁଆଟି କୁ ଉଦ୍ଧାର କରି ଥିଲl ବନ ବିଭାଗl
ହାତୀ ଛୁଆ ସୁସ୍ଥ ଥିବା ରୁ ଖୁସି ରେ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା l
ସୂଚନା ଯୋଗ୍ୟ ଯେ ଗତ ସପ୍ତାହରେ କରଡ଼ା ବନବିଭାଗ ରେଞ୍ଜ ଅଧୀନବଡ଼ ବାରବା ଜଙ୍ଗଲ ଭିତରେ ଏକ ପରିତ୍ୟକ୍ତ ଚୁଆ ରେ ପଡିଯାଇଥିଲା ଆଉ ତାକୁ ମଧ୍ୟ ବନବିଭଗ ଦୀର୍ଘ ସମୟ ଧରି ଉଦ୍ୟମ କାରି ଉଦ୍ଧାର କରିଥିଲା ।

Share this

Related Posts

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views |0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ…

Udaya_Labanya | June 7, 2023 | 4 views | 0

ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ…

Leave a Reply

Your email address will not be published. Required fields are marked *

Archives

Categories