ବାଲେଶ୍ୱରରେ କନ୍ଧମାଳର ଡାକୁଲ ନୃତ୍ୟରେ ଜନସାଧାରଣ ବିମୋହିତ

Udaya_Labanya | June 11, 2022 | 201 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ବାଲେଶ୍ୱର ଜ଼ିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ପଲ୍ଲୀଶ୍ରୀ ମେଳାରେ ବାଲିଗୁଡା ର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ରର କୃତିତ୍ବ l ଚଳିତ ମାସ ଦଶ ତାରିଖ ସାଂସ୍କୃତିକ ସନ୍ଧ୍ୟାରେ କୋଡିଏ ଜଣିଆ ସଂସ୍କୃତିକ ଦଳ ଅଂଶ ଗ୍ରହଣ କରି କନ୍ଧମାଳ ର ପାରମ୍ପରିକ ଲୋକନୃତ୍ୟ ଡାକୁଲ ନୃତ୍ୟ ପରିବେଷଣ କରି ମଞ୍ଚ ଦୁଲୁକାଇ ଥିଲେ l ଅନୁଷ୍ଠାନର ସମ୍ପାଦକ ତଥା ବରିଷ୍ଠ କଳାକାର ପ୍ରମୋଦ କୁମାର ଦଣ୍ଡସେନା ଙ୍କ ସମେତ ନୃତ୍ୟ ଗୁରୁ ଖିରୋଦ ପ୍ରସାଦ ଦଣ୍ଡସେନା, କଣ୍ଠ ଶିଳ୍ପୀ ବିଶ୍ୱଜିତ ସାହୁ, ଲୋକନୃତ୍ୟ କଳାକାର ଅଶ୍ୱିନୀ ପାତ୍ର, ଲକ୍ଷ୍ମୀ ନାରାୟଣ ମଳିକ, ମାଧୁରୀ ପଣ୍ଡା, ଅଭିଲିପ୍ସା ପ୍ରଧାନ, ପ୍ରିୟଙ୍କା ନାୟକ, ଇନ୍ଦୁରେଖା ପୂଜାରୀ ପ୍ରମୁଖ ପ୍ରତିନିଧିତ୍ବ କରି ମଞ୍ଚ ଦୁଲୁକାଇ ଥିଲେ l ପ୍ରକୃତିର ପୂଜକ ଆଦିବାସୀ ଙ୍କ ପୂଜାର୍ଚନା ଏବଂ ପାରମ୍ପରୀକ ବୀରବାଦ୍ୟ ନୃତ୍ୟ ସଂଗୀତ ଉପସ୍ଥିତ ଦର୍ଶକ ଙ୍କୁ ବିଭୋର କରିଥିଲା

l

Share this

Related Posts

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 4 views |0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ…

Udaya_Labanya | June 7, 2023 | 3 views | 0

ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ…

Leave a Reply

Your email address will not be published. Required fields are marked *

Archives

Categories