ଘୁ. ଉଦୟଗିରି ସମବାୟ ସମିତି ରେ ୧୫ ସଦସ୍ୟ ନିର୍ଦ୍ଵନ୍ଦରେ ନିର୍ବାଚିତ ,୨୪ରେ ସଭାପତି ନିର୍ବାଚନ

Udaya_Labanya | June 12, 2022 | 165 views |0 | Breaking News

ଫୁଲବାଣୀ:-(ସୁନୀଲ ପଟନାୟକ ) ସାରା ରାଜ୍ୟରେ ଥିବା ସମସ୍ତ ସମବାୟ ସମିତି ଗୁଡିକରେ ନିର୍ବାଚନ ନିମନ୍ତେ ଦିନ ଧାର୍ଯ୍ୟ ହେବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି l । ଘୁ. ଉଦୟଗିରି ଠାରେ ଥିବା ବୃହଦାକାର ବହୁମୂଖୀ ସମବାୟ ସମିତି ର ବିଭିନ୍ନ ପଦ ପଦବୀ ଯଥା ସଭାପତି/ଉପସଭାପତି/ ସଦସ୍ୟ, ସଦସ୍ୟା ଆସନ ନିମନ୍ତେ ନିର୍ବାଚନ ଚାଲିଛି। ପ୍ରଥମେ ସଦସ୍ୟ ଆସନ ନିର୍ବାଚନ ହୋଇଥାଏ ଯେଉଁମାନେ ସମବାୟ ସମିତି ସଭାପତି ଙ୍କୁ ନିର୍ବାଚିତ କରିଥାନ୍ତି। ସେହି ପ୍ରକ୍ରିୟାରେ ସ୍ଥାନୀୟ ସମବାୟ ସମିତି ନିମନ୍ତେ ୩୦ ମଇ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ଶେଷ ତାରିଖ ଥିଲା କିନ୍ତୁ ୧୮ ଜଣ ସଦସ୍ୟ ବିଭିନ୍ନ ମଣ୍ଡଳୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଓ ୦୬ ଜୁନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷଦିନ ଥିଲା ୩ ଜଣ ସଦସ୍ୟ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ୧୫ ଜଣ ସଦସ୍ୟଙ୍କ ପ୍ରାର୍ଥୀପତ୍ର କାଏମ ରହିଥିଲା ଏବଂ ନିର୍ବାଚନ ଅଧିକାରୀ ବିଭୁଦତ୍ତ ପ୍ରଧାନ ୧୫ ଗୋଟି ସମବାୟ ନିର୍ବାଚନ ମଣ୍ଡଳୀରୁ ୧୫ ଜଣ ସଦସ୍ୟ/ସଦସ୍ୟା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ । ସେଥିମଧ୍ୟରୁ ଅନୁସୂଚିତ ଜନଜାତି ପୁରୁଷ ଆସନ ନିମନ୍ତେ ୭ ଟି ନିର୍ବାଚନ ମଣ୍ଡଳୀ, ଅନୁସୂଚିତ ଜନଜାତି ମହିଳା ଆସନ ପାଇଁ ୩ ଟି ନିର୍ବାଚନ ମଣ୍ଡଳୀ, ଅଣ- ସଂରକ୍ଷିତ ଆସନ ପାଇଁ ୫ ଟି ନିର୍ବାଚନ ମଣ୍ଡଳୀ ନିମନ୍ତେ ୧୫ ଜଣ ସଦସ୍ୟ ଓ ସଦସ୍ୟା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ ସାହେବ କହଁର ( ଡୁଙ୍ଗି ), ବିବେକାନନ୍ଦ ପ୍ରଧାନ ( ସୁଜେଲି), ଦ୍ୱିଜେନ୍ଦ୍ରନାଥ ପ୍ରଧାନ( ମାଲିକା ପଡ଼ି ), ମୟବନ୍ଧୁ ପ୍ରଧାନ( କୁର୍ମିଙ୍ଗିଆ), ବୀରେନ୍ଦ୍ର ପ୍ରଧାନ ( ବିଲାବାଡା ), ବକ୍ସି ମଲିକ ( ତାରାବାଡ଼ି ),ଜମେଶ ଚନ୍ଦ୍ର ପ୍ରଧାନ ( ବାଡେନାଜୁ ) ,ଶ୍ରୀମତୀ ଲିଲିମା ପ୍ରଧାନ ( ଡମେଙ୍ଗି ), ଯୋଷଦା ପ୍ରଧାନ ( ବାଡେନାଜୁ ) ,ରୁନୁମା ପ୍ରଧାନ ( ବାକିକାମ୍ବା) ,କିଶୋର ଚନ୍ଦ୍ର ପ୍ରଧାନ ( ଘ୍. ଉଦୟଗିରି) ,ସଚିଦାନନ୍ଦ ପ୍ରଧାନ ( ଗୁନ୍ଦାବାଜୁ ),ଦିଲିପ କୁମାର ବଳ ( ଘୁ. ଉଦୟଗିରି), ଯୋଶିତ କୁମାର ପ୍ରଧାନ ( ଜଡାଙ୍ଗବାଲି ) ,ବାକିରାମ ନାୟକ ( କୁର୍ମିଙ୍ଗିଆ )। ନିର୍ବାଚିତ ସଦସ୍ୟ ମାନଙ୍କ ଦ୍ଵାରା ସଭାପତି ନିର୍ବାଚିତ ହେବାକୁ ଥିବାବେଳେ ସମବାୟ ସମିତି କମିଟି ସଭାପତି ଆସନ ନିମନ୍ତେ ୨୧ ତାରିଖ ନାମାଙ୍କନ ପତ୍ର ଦାଖଲ, ଯାଞ୍ଚ୍, ନିର୍ବାଚନ ସଂକେତ ପ୍ରଦାନ ସହ ପ୍ରତ୍ୟାହାର ଥିବାବେଳେ ୨୨ ତାରିଖ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ୨୪ ତାରିଖ ଦିନ ସଭାପତି ଆସନ ନିମନ୍ତେ ନିର୍ବାଚନ ହେବା ସହ ଭୋଟ ଗଣତି ଏବଂ ଫଳା ଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀଙ୍କ ନିକଟରୁ ସୂଚନା ମିଳିଛି।

Share this

Related Posts

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views |0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ…

Udaya_Labanya | June 7, 2023 | 4 views | 0

ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ…

Leave a Reply

Your email address will not be published. Required fields are marked *

Archives

Categories