ସାହୁ କାର ଙ୍କ ଶେ।ଷଣ ର ଶୀକାର ଶାଳ ମଞ୍ଜି ସଂଗ୍ରହକାରୀ

Udaya_Labanya | June 12, 2022 | 163 views |0 | Breaking News


ଫୁଲବାଣି- (ସୁନୀଲ ପଟନାୟକ)

ଏବେ ଗାଁ ଗହଳ ର ଆଦିବାସୀମାନେ ଶାଳ ମଞ୍ଜି ସଂଗ୍ରହ କରି ବାରେ ଲାଗିପଡିଛନ୍ତି l କି ପିଲା କି ବୁଢା ସମସ୍ତେ ଗତ ବର୍ଷ ଲକ୍ ଡାଉନ ଯୋଗୁଁ ଶାଳ ମଂଜି ସଂଗ୍ରହ ନକରି ଘରେ ରହିଥିଲେ l ଏବର୍ଷ ଶାଳ ମଞ୍ଜି ସଂଗ୍ରହ କରି ଭଲ ଦି ପଇସା ଯେପରି ମିଳିବ ସେଥିପାଇଁ ସମସ୍ତେ ଶାଳ ମଞ୍ଜି ସଂଗ୍ରହ କରୁଛନ୍ତି । ହେଲେ ଉପଯୁକ୍ତ ପାରିଶ୍ରମିକ ପାଉ ନ ଥିବା ସେମାନେ କହିଛନ୍ତି ।
ସାହୁକାର ମାନଙ୍କ ଶେଷଣ ର ଶିକାର ହେଉଥିବା ଅଭିଯୋଗ କରି ଛନ୍ତି ସଂଗ୍ରହକାରୀ । କିଲେ। ପିଛ। ୨୦ରୁ ୨୫ ଟଙ୍କା ଦରରେ ଶେଷରେ ବିକ୍ରିକରୁଛନ୍ତି ।

କନ୍ଧମାଳ ଜିଲ୍ଲାରେ ମୋଟ ଜଙ୍ଗଲର ଶତକଡା ୭୦ ଭାଗ କେବଳ ଶାଳ ଜଙ୍ଗଲ ରହିଛି ।ଖର।ଦିନରେ ଶାଳଗଛ ରେ ଫୁଲ ଓ ମଞ୍ଜି ଆସିଥାଏ।ଶାଳ ଗଛର ମଞ୍ଜି ଶୁଖିବା ପରେ ପଵନରେ ଆପେଆପେ ଝଡି ତଳେ ପଡିଥାଏ । ସେଗୁଡିକୁ ଆଦିବାସୀ ମହିଳା ପୁରୁଷ ସମସ୍ତେ
ମଞ୍ଜି ସଂଗ୍ରହ କରିଥାନ୍ତି ।
କନ୍ଧମାଳ ଜିଲ୍ଲା ର ହଜାର ହଜାର ମେଟ୍ରିକ ଟନ ଶାଳ ମଞ୍ଜି ସଂଗୃହିତ ହୋଇ ଥାଏ । ପ୍ରତିବର୍ଷ କନ୍ଧମାଳ ଜିଲ୍ଲାର ଆଦିବାସୀ ଲୋକମାନେ ଏହି ଶାଳ ମଞ୍ଜି ସଂଗ୍ରହ କରିବାପରେ
ବିକ୍ରିକରି ବେଶ ଦି ପଇସା ରୋଜଗାର କରିଥାନ୍ତି ।

ସାହୁକାରମାନେ ବାହାରୁ ଆସି ଶାଳ ମଞ୍ଜି କିଣି ନେଉଥିବା ବେଳେ ସ୍ଥାନୀୟ ବ୍ୟବସାୟୀମାନେ ମାନେମଧ୍ୟ କିଛି କିଛି ଶାଳ ମଞ୍ଜି କିଣୁଛନ୍ତି।
ଚଳିତବର୍ଷ ଦର କମ ରହିଛି । ଶାଳ ମଞ୍ଜିର ସାବୁନ ଓ ତେଲ ଆଦି ପ୍ରସ୍ତତ ହୋଇଥାଏ ।
ତେବେ ଉପ ଯୁକ୍ତ ମୂଲ୍ୟ ମି ଳୁ ନି ଆଦିବାସୀଙ୍କୁ। । ତେଵେ ବର୍ତମାନଖରା ଗରମ ଯୋଗୁଁ
ଏ ତଟା କାମ ଧନ୍ଦା ନାହିଁ,ଫଳରେ ରୋଜଗାର ବି ନାହିଁ।
ଏଣୁ ଏହି ମଞ୍ଜି ସଂଗ୍ରହ କରି ବିକ୍ରି କଲେ ଦି ପଇସା ଭଲ ଲାଭ ହେବ ବୋଲି ଭାବିଥିଲେ ହେଲେ ଏବର୍ଷ ଦର ବହୁତ କମ ରହିଛି। ତଥାପି ପରିବାର ଚଳାଇବା ପାଇଁ ଟଙ୍କାର ଆବଶ୍ୟକ ଥିବାରୁ ସେମାନେ ଦର କମ ଥିଲେ ମଧ୍ୟ ବିକ୍ରି କରୁଥିବା କହିଛନ୍ତି । ତେବେ ସରକାର ଶାଳ ମଞ୍ଜିର ଦରବୃଦ୍ଧି କଲେ ଆଦିବାସୀମାନେ ଉପକୃତ ହୋଇପାରନ୍ତେ।
ସେ ଯାହା ହେଉନା କ ଶାଳ ମଞ୍ଜି ନିଶ୍ଚିତ ଭାବେ କନ୍ଧମାଳ ଜିଲ୍ଲାର ଆଦିବାସୀମାନଙ୍କୁ ରୋଜଗାର ଦେବାରେ ସହାୟକ ହୋଇଛି।

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories