#Breaking News

ଟାଉନ ଥାନା ସମ୍ମୁଖରୁ ଚୋରି, ପୋଲିସ କରୁଛି କଣ ??


ଫୁଲବାଣୀ 15/6(ସୁନୀଲ ପଟନାୟକ )
ଫୁଲବାଣୀ ଟାଉନ ଥାନା ସମ୍ମୁଖରୁସିରିଜ ଚୋରି l ଗୋଟିଏ କି ଦୁଇଟି ନୁହେଁ ଚାରି ଚାରିଟା ଦୋକାନ ର ତାଲା ଭାଙ୍ଗିନଗଦ ଟଙ୍କା ଓ ସାମଗ୍ରି ଚୋରି କରିନେଇଛନ୍ତି ଦୁର୍ବୁତ୍ତ lଦୁଇଜଣ ଯୁବକ ହାତରେ ଶାବଳ, ହାତୁଡି ଧରିଏ ଦୋକାନ ରୁ ସେ ଦିକଂ ବୁଲିବୁଲି ଚୋରି କରୁଥିବା ଦୋକାନ ରେ ଲାଗିଥିବା ସିସି ଟିଭି ରୁ ଦେଖିବାକୁ ମିଳିଛି l
ଏହି ଚୋର ମନେଥାନା ସମ୍ମୁଖ ଏକ ଓମ୍ଫେଡ କ୍ଷୀର ଦୋକାନ ତାଲା କାଟି ନଗଦ ଚାରି ହଜାର ଟଙ୍କା, ନେଇପଲାଇଥିବାବେଳେ ଅ ନ୍ୟ ଦୋକାନରୁ ମୂଲ୍ୟବାନ ସାମଗ୍ରି ମାନ ଚୋରି ହୋଇଥିବା ନେଇ ଥାନା ରେ ଅଭିଯୋଗ ହୋଇଛି l
ଥାନା ସମ୍ମୁଖରୁ ଯଦି ନିର୍ଭୟ ରେ ଚୋରି ହେଉଛି ଅନ୍ୟ ଅଂଚଳ କଥା ନ କହିବା ଭଲ l
ପୋଲିସ ପେଟ୍ରୋଲିଙ୍ଗ କରୁନି, ଫଳ ରେ ଚୋରି ବଢୁଛି ସହର ରେ lବର୍ତମାନ ର
ଥାନା ଅଧିକାରୀ ଙ୍କ ନିଷ୍କ୍ରିୟତା ନେଇ ସହର ରେ ଆଲୋଚନା ଯୋର ଧରିଛି l ଏଣୁ ଟାଉନ ଥାନାରେ ଜଣେ ଦକ୍ଷ, ସଚୋଟ ପୋଲିସ ଅଧିକାରୀ ଙ୍କୁ ଟାଉନ ଥାନା ଅଧିକାରୀ ଭାବେ ନିଯୁକ୍ତି ଦେବାକୁ ସାଧାରଣ ରେ ଦୃଢ ଦାବୀ ହେଉଛି l

Leave a comment

Your email address will not be published. Required fields are marked *