ଦେବସ୍ନାନ ପୂର୍ଣ୍ଣମା ଅବସରରେ ଜଗନାଥ ମନ୍ଦିର ରେ ସାଂସ୍କୃତିକ କାର୍ଯ୍ୟକ୍ରମ
Udaya_Labanya | June 15, 2022 | 88 views |0 | Breaking News
ଫୁଲବାଣୀ 15/6(ସୁନୀଲ ପଟନାୟକ )
ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଫୁଲବାଣୀ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ପରିଚାଳନା କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଫୁଲବାଣୀର ଅଗ୍ରଣୀ ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ନଟରାଜ କଳା ମନ୍ଦିର ଦ୍ଵାରା ନାଟମଣ୍ଡପ ଠାରେ ଓଡ଼ିଶୀ, ଭଜନ ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ । ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ, ଶିକ୍ଷାବିତ୍ ବିରଞ୍ଚିନାରାୟଣ ମିଶ୍ର, ମନ୍ଦିର ପରିଚାଳନା କମିଟି ର ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା, ଉପସଭାପତି ବିଜୟ କୁମାର ମହାନ୍ତି କାର୍ଯ୍ୟକାରୀ ସଦସ୍ୟ ରଜତ ମହାନ୍ତି, ଅଶୋକ ପଟ୍ଟନାୟକ, କୋଷାଧ୍ୟକ୍ଷ ଶଙ୍କର ବେହେରା ଆଦି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ନଟରାଜ କଳା ମନ୍ଦିରର ନୃତ୍ୟ ଶିକ୍ଷକ ତଥା ନିର୍ଦ୍ଦେଶକ ବିନୋଦ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ଲାଗି ଭକ୍ତ ମାନଙ୍କ ପ୍ରବଳ ଭିଡ ଜମିଥିଲା l