ବାଲିଗୁଡା ରେ ରଜ ମଉଜ ପାଳିତ: ଗାଇଲେ ରଜ ଗୀତ, ଖେଳିଲେ ଦୋଳି

Udaya_Labanya | June 15, 2022 | 112 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସାରା ଓଡିଶା ରେ ତିନି ଦିନିଆ ରଜ ପର୍ବ ଧୁମ ଧାମରେ ପାଳିତ ହେଉଥିବା ବେଳେ କନ୍ଧମାଳ ଜ଼ିଲ୍ଲା ର ବାଲିଗୁଡା ବ୍ଲକ ର ଉପାନ୍ତ ଗାଁ ଗୁଡିକ ରେ ମଧ୍ୟ ରଜ ପର୍ବ ମାହା ଆଡମ୍ବର ପାଳିତ ହୋଇଯାଇଛି l ବିଭିନ୍ନ ଗାଁ ଗହଳିରେ ଧୂମଧାମରେ ଘରେ ଓ ବାହାରେ ଦୋଳି ବାନ୍ଧି କୁଆଁରି ଝିଅମାନେ ପାଳନ କରୁଛନ୍ତି ରଜ ପର୍ବ। ନୂଆ ଲୁଗା ଓ ପୋଷାକ ପିନ୍ଧି ବିଭିନ୍ନ ପ୍ରକାରର ପିଠା ପଣା ସାଙ୍ଗକୁ ମେହେନ୍ଦି, ଅଳତା ଲଗାଇ ସଜବାଜ ହୋଇ ରଜ ପାନ ଖାଇ ଦୋଳି ଖେଳରେ ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ବାଲିଗୁଡା ବ୍ଲକ ରେବିଙ୍ଗିଆ ପଂଚାୟତ ର ବୁଡ଼ାଗୁଡ଼ା ସାହିର ସମସ୍ତ ଯୁବକ ଯୁବତୀ ଏକତ୍ରିତ ହୋଇ ପାରମ୍ପରିକ ରଜପର୍ବ କୁ ପାଳନ କରିଛନ୍ତି l ଗାଁ ପରିବେଶ ମଧ୍ୟରେ ଗଛ ଡାଳରେ ଦୋଳିକୁ ସଜାଇ କୁଆଁରୀ ଝିଅ ସଜବାଜ ହୋଇ ଦୋଳି ଖେଳିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l ପାରମ୍ପରିକ ନୃତ୍ୟ ସଂଗୀତ ରେ ଗାଁ ପରିବେଶ ପ୍ରକମ୍ପିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ସମ୍ମାନିତ ଅତିଥି ଭାବେ ରେବିଙ୍ଗିଆ ସରପଞ୍ଚ ରଞ୍ଜୁଲତା ମଳିକ ଏବଂ ପୁରସ୍ତମ ବେହେରା ପ୍ରମୁଖ ମଂଚାସୀନ ଥିଲେ l ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ରେବିଙ୍ଗିଆ ଗ୍ରାମର ଗ୍ରାମବାସୀ କଳା ଓ ସଂସ୍କୃତି କୁ ଉଜ୍ଜୀବିତ କରୁଥିବା ପ୍ରୟାସ କୁ ଉଚ୍ଚ ପ୍ରଶଂସା କରିଥିଲେ l ଶେଷରେ ଗ୍ରାମର ଯୁବକ ଯୁବତୀ ମାନେ ମଞ୍ଚରେ ନିଜ ନିଜର କଳା ପରିବେଷଣ କରିଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ…

Udaya_Labanya | February 8, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ…

ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ…

Udaya_Labanya | February 8, 2023 | 12 views | 0

ଫୁଲବାଣୀ :-( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ସାମାଜ ସେବୀ ଅଶୋକ…

Leave a Reply

Your email address will not be published. Required fields are marked *

Archives

Categories