ସର୍ବ ଭାରତୀୟ ଟୁରିଷ୍ଟ ଫେଷ୍ଟିବାଲ୍ ରେ ଓଡ଼ିଶାରୁ ଯୋଗ ଦେଲେ ଦାରିଙ୍ଗବାଡ଼ି ହୋଟେଲ୍ ସଂଘ।
Udaya_Labanya | June 15, 2022 | 112 views |0 | Breaking News
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ତିନିଦିନିଆ ସର୍ବ ଭାରତୀୟ ଟୁରିଷ୍ଟ ଫେଷ୍ଟିବାଲ ବାଙ୍ଗାଲୁରୁର କୋଲକତାର ଖୁଡିରାମ ଇଣ୍ଡର ଷ୍ଟାଡିୟମରେ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାରୁ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ହୋଟେଲ ଆସୋସିଏସନ ଯୋଗ ଦେଇ ଓଡ଼ିଶା ଟୁରିଜମ କୁ ସର୍ବ ଭାରତୀୟ ସ୍ତରରେ ପ୍ରମୋଟ କରିଥିଲେ । ଆନ୍ତର୍ଜାତୀୟ ଏହି ଫେଷ୍ଟିବଲ ସକାଳ ୧୧ ରୁ ରାତ୍ରି ୮ ଟା ଯାଏ ତିନି ଦିନ ଧରି ଚାଲିଥିଲା। ଏଥିରେ ସମସ୍ତ ରାଜ୍ୟରୁ ବିଭିନ୍ନ ଷ୍ଟଲ ହୋଇଥିବା ବେଳେ ଦାରିଙ୍ଗବାଡ଼ି ହୋଟେଲ ଆସୋସିଏସନ ପକ୍ଷରୁ ମଧ୍ୟ ଦାରିଙ୍ଗବାଡ଼ି , କନ୍ଧମାଳ ଓ ଏହାର ଆଖପାଖ ଠାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ଉପରେ ଏବଂ ଦାରିଙ୍ଗବାଡ଼ି ରେ ପର୍ଯ୍ୟଟକଙ୍କୁ ଦିଆଯାଉଥିବା ସମସ୍ତ ସୁବିଧା ଉପରେ ଗୋଟିଏ ଷ୍ଟଲ ଦେଇ ଲୋକଙ୍କୁ ବୁଝାଇ ଆନ୍ତର୍ଜାତୀୟ ସ୍ତରରେ ଅଧିକ ରୁ ଅଧିକ ନା କରିପାରିଥିବା ଜଣାପଡ଼ିଛି।