ପଞ୍ଚାୟତ ସ୍ତରୀୟ ଏକ ଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ, ସମ୍ବେ ପଦର ବିଜୟୀ,
Udaya_Labanya | June 17, 2022 | 114 views |0 | Breaking News
:ଫୁଲବାଣୀ (ସୁନୀଲ ପଟନାୟକ )-କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସ୍ଥିତ ଦୁତିମେଣ୍ଡି ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ସମ୍ବେପଦର ଠାରେ ଅନୁଷ୍ଠିତ ହୋଇଯାଇଛି.
ଉକ୍ତଟୁର୍ଣ୍ଣାମେଣ୍ଟ ରେ ଦୁତିମେଣ୍ଡି ପଞ୍ଚାୟତ ଅନ୍ତର୍ଗତ ସମ୍ବେପଦର, ବନ୍ଧସାହି, ପଣସପଦର, ମଲିକସାହି କ୍ରିକେଟ ଟିମ ଭାଗ ନେଇଥିବାବେଳେ ଫାଇନାଲ ମ୍ୟାଚ ରେ ସମ୍ବେପଦର ବିଜୟୀ ହୋଇଥିବା ବେଳେ ପଣସପଦର ଉପ ବିଜେତା ହୋଇଥିଲା.
ବାବା ସୋମନାଥ ଯୁବକ ସଂଘ ଦ୍ୱାରା ଆୟୋଜିତ ଉକ୍ତ ଖେଳକୁ ଖଜୁରୀପଡ଼ା ସମାଜସେବି ବିକାଶ କୁମାର ଦିଗାଲ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ଦୁତିମେଣ୍ଡି ଲ୍ୟାମ୍ପସ ପରିଚାଳନା ନିର୍ଦ୍ଧେଶକ ପ୍ରଦୀପ କୁମାର ସେଠି ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ. ସାମ୍ବାଦିକ ମନୋଜ କୁମାର ବେହେରା, ଆସ୍ତିକ ମଲିକ ପ୍ରମୁଖ ଉପସ୍ଥିତ ଥିଲେ.
ବାଦଲ, ପିଣ୍ଟୁ, ଚିନୁ,ଶିବା, ଦେବୁ, ରମେଶ, ଲୋକନାଥ ଏବଂ ବାବା ସୋମନାଥ ଯୁବକ ସଂଘର ଅନେକ ସଦସ୍ୟ ଉପସ୍ଥିତ ରହି ଟୁର୍ନାମେଣ୍ଟ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ.