#Breaking News

ଫ୍ରେଣ୍ଡସ କ୍ଲବ ପକ୍ଷରୁ “୪ର୍ଥ କନ୍ଦରପୁର ରଜ ମହୋତ୍ସବ-୨୦୨୨”ଅନୁଷ୍ଠିତ

ଆଠଗଡ (ଉଲାପ୍ର )ବ୍ଲକ୍ ଅନ୍ତର୍ଗତ କନ୍ଦରପୁର ଗ୍ରାମ ପଞ୍ଚାୟତର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଫ୍ରେଣ୍ଡସ କ୍ଲବ ଆନୁକୁଲ୍ୟରେ ୩ଦିନ ବ୍ୟାପୀ ୪ର୍ଥ କନ୍ଦରପୁର ରଜ ମହୋତ୍ସବ ଗୁରୁବାର ଉଦ୍ଯାପିତ ହୋଇଛି।ଏହି ୩ ଦିନିଆ ରଜ ମହୋତ୍ସବ ଅବସରରେ ପଞ୍ଚାୟତ ଅଞ୍ଚଳର ଯୁବକ, ଛାତ୍ର ଛାତ୍ରୀ ଙ୍କ ପାଇଁ ଦୋଳି ଖେଳ,କବାଡି , ଭଲିବଲ ଏବଂ ଝିଅ ମାନଙ୍କ ପାଇଁ ରଜଦୋଳି, ପୁଚି, ମ୍ୟୁଜିକ୍ ଚେୟାର ଓ ନୃତ୍ୟ, ସଙ୍ଗୀତ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ମଙ୍ଗଳବାର ମୁଖ୍ୟ ଅତିଥି ଭାବେ ଆଠଗଡର ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ଭାଗିରଥି କର ମହୋତ୍ସବ କୁ ଉଦଘାଟନ କରି ରଜ ଅବସରରେ ପାରମ୍ପରିକ କ୍ରୀଡା ଓ ରଜ ପାଳନ ର ପୌରାଣିକ ଓ ସାମାଜିକ ଆଧାର ସମ୍ପର୍କରେ ଆଲୋଚନା କରିଥିଲେ ଏବଂ କବାଡି ଓ ଭଳି ବଲ୍ ପ୍ରତିଯୋଗିତାର ବିଜେତା ଦଳଙ୍କୁ ପୁରସ୍କୃତ କରିଥିଲେ। ରଜ ସଂକ୍ରାନ୍ତି ବୁଧବାର ସନ୍ଧ୍ୟାରେ ଆୟୋଜକ କ୍ଲବ ର ସଭାପତି ଇଁ.ପ୍ରିୟବ୍ରତ ଦାସ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସୁଦର୍ଶନ ସାହୁ ଯୋଗଦେଇ ଓଡ଼ିଶାର ସ୍ଵତନ୍ତ୍ର ତଥା ଗଣପର୍ବ ରଜର ମାହାତ୍ମ୍ୟ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ କ୍ଷୀରୋଦ ଚନ୍ଦ୍ର ସାହୁ ଯୋଗଦେଇ ଯୁବଶକ୍ତି ଶୃଙ୍ଖଳିତ ଓ ମିଳିତ ଭାବେ ଅସାଧ୍ୟ କାର୍ଯ୍ୟ ସାଧନ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ ଏବଂ ସାମାଜିକ କାର୍ଯ୍ୟ ପାଇଁ ଯୁବ ସମାଜ ଆଗେଇ ଆସିବାକୁ ଆହ୍ୟାନ୍ କରିଥିଲେ।


ସମ୍ମାନିତ ଅତିଥି ଭାବେ କନ୍ଦରପୁର ସମିତି ସଭ୍ୟ ଙ୍କ ପ୍ରତିନିଧି ତଥା ସମାଜସେବୀ ନିରଞ୍ଜନ ନାଏକ, ଶ୍ରୀଧର ଦାସ, ପୂର୍ବତନ ସାମରିକ କର୍ମଚାରୀ ଇନ୍ଦ୍ରମଣି ସୁତାର ପ୍ରମୁଖ ଯୋଗଦେଇ ଆୟୋଜକ କ୍ଲବ ର ସଦ୍ୟସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ। କନ୍ଦରପୁର ଗ୍ରାମର ନୃତ୍ୟ ଗୁରୁ ଶ୍ରୀ ମଙ୍ଗୁଳି ଚରଣ ଦଳାଇ ଙ୍କୁ ତାଙ୍କର ଉତ୍ସର୍ଗକୃତ କଳା ସାଧନ ଓ ସେବା ପାଇଁ କ୍ଲବ ପକ୍ଷରୁ ମୁଖ୍ୟ ଅତିଥି ପୁଷ୍ପ ଗୁଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହାଛଡା ପାୟଲ ଡ୍ୟନସ ଗ୍ରୁପ ର କୁନି କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା।
ଏହି ଅବସରରେ ଅନୁଷ୍ଠିତ ଭଲିବଲ ପ୍ରତିଯୋଗିତାର ଫାଇନାଲ ରେ ସୋଲଗାଡ଼ିଆ ଦଳକୁ ହରାଇ ଗୋଡି ଝରିଆ ଦଳ ଚମ୍ପିୟାନ ହୋଇଥିଲା ଏବଂ କବାଡିରେ କନ୍ଦରପୁର ମା ବାଉତି ଦଳ ପୁନର୍ବାର ଚମ୍ପିୟାନ ହୋଇଥିଲା। କ୍ଲବର ସମ୍ପାଦକ ଭାଷ୍କର ଚନ୍ଦ୍ର ବେହେରା, ଉପ ସଭାପତି ସତ୍ୟାନନ୍ଦ ସାହୁ, ତପନ କୁମାର ସାହୁ, ସଭ୍ୟ ସୂର୍ଯ୍ୟକାନ୍ତ ସେଠୀ, ମଧୁ ସାହୁ, ପ୍ରକାଶ ଚନ୍ଦ୍ର ଦଳାଇ, ସୁଚିତ୍ର ବେହେରା, କାର୍ତ୍ତିକ ବେହେରା,ପ୍ରଦୀପ ସାହୁ, ଚନ୍ଦନ ନାୟକ, ରାଜୁ ନାଥ, ଜିତେନ୍ଦ୍ର ସାହୁ, ସଂଜିତ୍ ବାରିକ୍,ସୁଜିତ୍ ଦାସ, କମଳ ଦଳାଇ, ତରୁଣ ସେଠୀ,ସିପୁ ଧଳ, ମଳୟ ସେଠୀ, ମଣ୍ଟୁ ସାହୁ,ଧର୍ମେନ୍ଦ୍ର ସାହୁ ଆଦି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave a comment

Your email address will not be published. Required fields are marked *