ମୋଦୀ ସରକାରଙ୍କ ବିରୁଦ୍ଧରେ କଂଗ୍ରେସର ବିକ୍ଷୋଭ

Udaya_Labanya | June 17, 2022 | 104 views |0 | Breaking News


ଫୁଲବାଣୀ(ସୁନୀଲପଟନାୟକ)
କେନ୍ଦ୍ରରେ ମୋଦୀ ସରକାରଙ୍କ ବିରୁଦ୍ଧରେ ଶୁକ୍ରବାର ଫୁଲବାଣୀ ପୋଷ୍ଟ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା
ଜିଲ। କଂଗ୍ରେସ ସଭାପତି ଅନାମନା ଏକଙ୍କ ନେତୃତ୍ଵରେ ଆୟୋଜିତ ଏହି ବିକ୍ଷୋଭରେ ପୂର୍ବତନ ସାଂସଦ ତଥା ବରୀଷ୍ଠ କଂଗ୍ରେସ ନେତା ରାଧାକାନ୍ତ ଦିଗଲ, ପୂର୍ବତନ ସାଂସଦ ନକୁଳନା ଏକ ପୂର୍ବତନ ବିଧାୟୀକା ଅଜୟନ୍ତୀ ପ୍ରଧାନ, ରାଜ୍ୟ ପିସିସି ସଂପାଦକ ତଥା ବିହାର ପ୍ରଭାରୀ କୈଳାସ ମୁଖି .କଂଗ୍ରେସ ନେତା ପିସିସି ସଂପାଦକ ଚନ୍ଦ୍ରଶେଖର ପରିଡ଼ା, ରଜତ ମହାନ୍ତି, ଅମିର ଚାନ୍ଦ ନା ଏକ, ବିଜୟ ମହାନ୍ତି, ଘନଶବର, ଯୁବନେତା ତଥା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ, ଛାତ୍ରନେତା ଅନୁପମ କହଁର, ଦୁର୍ଯ୍ୟ ଧୋନ ପଟନାୟକ, ସଂସାରୀ ଭୋଇ, ଶିବଶଙ୍କର ବେହେରା ପ୍ରମୁଖ ଯୋଗଦେଇ ମୋଦୀ ସରକାରଙ୍କ ତାନା ସାହୀ ଶାସନ, ରାହୁଲ ଗାନ୍ଧୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଇଡିର ଜେରା କରିବା, ଏଆଇସିସି କାର୍ଯ୍ୟାଳୟରେ ପଶି ପୋଲିସ ଆତଙ୍କରାଜ କରିବା, କଂଗ୍ରେସ ସାଂସଦ ଓ ନେତାଙ୍କୁ ଅନ୍ୟାୟ ରେ ଗିରଫଦାରୀ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।
କେନ୍ଦ୍ର ସରକାରଙ୍କ ଏଭଳି ମନ ମୁଖି କାରବାରକୁ ଏଣିକି ଆଉ ବରଦାସ୍ତ କରାଯିବ ନାହିଁ, ଏହା ବିରୁଦ୍ଧରେ କଂଗ୍ରେସ ସଂଗଠିତ ହୋଇ ତୀବ୍ର ପ୍ରତିବାଦ କରିବ ବୋଲି ସଭାପତି ଅନାମନାଏକ, ପୁର୍ବତନ ସାଂସଦ ନକୁଳନା ଏକ, ରାଧାକାନ୍ତ୍ରିଡି ଗଲ, ପିସିସି ସଂପାଦକ କୈଳାସ ମୁଖି ପ୍ରମୁଖ ଚେତାବନୀ ଦେଇଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ…

Udaya_Labanya | February 8, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ…

ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ…

Udaya_Labanya | February 8, 2023 | 12 views | 0

ଫୁଲବାଣୀ :-( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ସାମାଜ ସେବୀ ଅଶୋକ…

Leave a Reply

Your email address will not be published. Required fields are marked *

Archives

Categories