ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୫୫ ୟୁନିଟ୍ ରକ୍ତ ସଂଗ୍ରୃହିତ

Udaya_Labanya | June 18, 2022 | 113 views |0 | Breaking News


ଫୁଲବାଣୀ -(ସୁନୀଲ ପଟନାୟକ )
ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ କନ୍ଧମାଳ ଶାଖା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଫୁଙ୍କବାଣୀ ରକ୍ତ ଭଣ୍ଡାର ରେ ଆୟୋଜିତ ଶିବିରରେ ମୁଖ୍ଯ ଅତିଥି ଭାବେ ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଅନ୍ଯତମ ଅତିଥି ଭାବେ ଫୁଲବାଣୀ ରକ୍ତଦାନ ସମିତିର ସମ୍ପାଦକ ବିଜୟ ମହାନ୍ତି, ସହସମ୍ପାଦକ ତଥା ବିଶିଷ୍ଠ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା,ବରିଷ୍ଠ ସଦସ୍ୟ ରକ୍ତଦାତା କପିଳେଶ୍ଵର ସେନାପତି, ବିଜୟ କୁମାର ବେହେରା ଫୁଲବାଣୀ ରକ୍ତଭଣ୍ଡାର ଅଧିକାରୀ ଡ.ଜୟଦୀପ ଘୋଷ ଏବଂ ମୋବାଇଲ ରିଟେଲର ଆସୋସିଏସନ କନ୍ଧମାଳର ଶାଖାର ସଭାପତି କ୍ରିଷ୍ଣା ସେନାପତି, ସମ୍ପାଦକ ପ୍ରମୋଦ ମହାପାତ୍ର ଏବଂ ସଦସ୍ୟ ମାନେ ଯୋଗ ଦେଇଥିଲେ। ଶିବିରରେ ପ୍ରଥମେ ପୌରାଧ୍ୟକ୍ଷାଙ୍କ ପୁଅ ଶ୍ରୀତମ ମହାନ୍ତି ରକ୍ତଦାନ କରିଥିଲେ। ପରେ ପରେ ସଭାପତି କ୍ରିଷ୍ଣା ସେନାପତି ଓ ବିଜୟ କୁମାର ବେହେରା ସମେତ ସେମାନଙ୍କ ଧର୍ମପତ୍ନୀ ମାନେ ରକ୍ତଦାନ କରିଥିଲେ। ଏଥିସହିତ ମୋବାଇଲ ଆସୋସିଏସନ ର ସଦସ୍ୟ ଓ ଅନ୍ଯ ଯୁବକ ଯୁବତୀ ମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।ରକ୍ତ ସଂଗ୍ରହ କାର୍ଯ୍ୟ ରେ ରକ୍ତଭଣ୍ଡାର ର କର୍ମଚାରୀ ସୂଜିତ କୁମାର ସାହୁ, ଦିନକୃଷ୍ଣ ମହନ୍ତ,ପ୍ରଶାନ୍ତ କୁମାର ରତ୍ନାଲୁ, ବରୁଣ ବେହେରା ଓ ସଞ୍ଜୁକ୍ତା ଦଳଛତ୍ର ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ। ଶିବିରରେ ମୋଟ ୫୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଶିବିର ପରିଚାଳନା ରେ ଆସୋସିଏସନ ର ସଦସ୍ୟ ଦେବାଶିଷ ପାତ୍ର,ଶିବପ୍ରସାଦ ପାଢୀ,ରୁପେଶ କୁମାର ପାଢ଼ୀ,ହିମାଂଶୁ ଶେଖର ନାୟକ,ରାମଚନ୍ଦ୍ର ଭୂୟାଁ,କାହ୍ନୁଚରଣ ପାଣିଗ୍ରାହୀ,ସନ୍ତୋଷ କୁମାର ସ୍ବାଇଁ ଓ ସନ୍ତୋଷ ରାଓ ପ୍ରମୁଖ ସହାୟତା କରିଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ…

Udaya_Labanya | February 8, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ…

ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ…

Udaya_Labanya | February 8, 2023 | 12 views | 0

ଫୁଲବାଣୀ :-( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ସାମାଜ ସେବୀ ଅଶୋକ…

Leave a Reply

Your email address will not be published. Required fields are marked *

Archives

Categories