
ଯୋରନ୍ଦା ମାଧବ ଚନ୍ଦ୍ର ବିଦ୍ୟାପୀଠ ସମାଜସେବା ପାଇଁ ଭାରତ ସ୍କାଉଟ ତରଫରୁ ଲଷ୍ମୀ ମଜୁମଦାର ଟ୍ରଫି ରାଜ୍ୟପାଳ ଙ୍କ ଠାରୁ ଗ୍ରହଣ କଲେ
Udaya_Labanya | June 18, 2022 | 149 views |0 | Breaking News
ଆଠଗଡ (ଉଲାପ୍ର )ଆଠଗଡ ବ୍ଲକ ଯୋରନ୍ଦା ମାଧବ ସାମନ୍ତ ସିଂହାର ବିଦ୍ୟାପୀଠ ର ଶିବାଜୀ Scout Troop କୁ ସମାଜ ସେବା ନିମନ୍ତେ ଭାରତ ସ୍କାଉଟ୍ସ୍ ଏବଂ ଗାଈଡ୍ସ ମୁଖ୍ୟାଳୟ ତରଫରୁ ଲକ୍ଷ୍ମୀ ମଜୁମଦାର ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି, ରାଜ୍ୟ ମୁଖ୍ୟାଳୟ କୁ ଏହି ଟ୍ରଫି ଆସିବା ପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏବଂ Scout Master ଙ୍କୁ ସ୍ଵତନ୍ତ୍ର ନିମନ୍ତ୍ରଣ କରାଯାଇଥିଲା । ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ ରାଜ୍ୟପୁରସ୍କାର ଉତ୍ସବ ରେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ସାହୁ ଏବଂ ସ୍କାଉଟ ମାଷ୍ଟର ଶ୍ରୀ ସନ୍ତୋଷ କୁମାର ତ୍ରିପାଠୀ ଯୋଗ ଦେଇ ମହମହୀମ ରାଜ୍ୟପାଳ ପ୍ରଫେସର୍ ଡ. ଗଣେଶୀ ଲାଲ୍ ଠାରୁ ଲକ୍ଷ୍ମୀ ମଜୁମଦାର ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଏବଂ ସ୍କାଉଟ୍ ମାଷ୍ଟର ଶ୍ରୀ ତ୍ରିପାଠୀ ରାଜ୍ଯ ମୁଖ୍ୟ କମିସନର ଡ. କାଳି ପ୍ରସାଦ ମିଶ୍ର ଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ଉପସଭାପତି ନିରଞ୍ଜନ ରଥ,ମହିଳା କମିଶନ ମିନତୀ ବେହେରା,ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଉଚ୍ଚଶିକ୍ଷା ସଚିବ ଶାସ୍ୱତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ,