#Breaking News

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ପ୍ରଧାନ ଆଚାର୍ଯ୍ୟ ଯୋଗଦାନ

ଫୁଲବାଣୀ -(ସୁନୀଲ ପଟନାୟକ )
ସ୍ଥାନୀୟ ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ପ୍ରଧାନ ଆଚାର୍ଯ୍ୟ ଭାବେ ରାଜେନ୍ଦ୍ର କୁମାର ପାଢ଼ୀ ଯୋଗଦେଇ ବିଦାୟୀ ପ୍ରଧାନ ଆଚାର୍ଯ୍ୟ ଜାନକୀ ବଲ୍ଲଭ ବିଷୋୟୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି l ପରିଚାଳନା ସମିତିର ଏକ ଔପଚାରିକ ବୈଠକରେ ପରିଚାଳନା ସମିତିର ସଭାପତି ଶ୍ରୀ ହରିଶ୍ଚନ୍ଦ୍ର ମହାରଣା, ଉପ ସଭାପତି ଡ଼ଃ ଚିତ୍ତରଞ୍ଜନ ମିଶ୍ର, ସମ୍ପାଦକ ବିରଂଚି ନାରାୟଣ ମିଶ୍ର, ସହ- ସମ୍ପାଦକ ଅରୁଣ କୁମାର ଶତପଥୀ, କୋଷାଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର , ଉପଦେଷ୍ଠା ଗୋବିନ୍ଦ ନାୟକ, ଆଚାର୍ଯ୍ୟ ପ୍ରତିନିଧି ଶ୍ରୀମତୀ ନଳିନିପ୍ରଭା ଚାଉଳିଆ, କାର୍ଯ୍ୟାଳୟ ପ୍ରମୁଖ ବିକ୍ରମ କୁମାର ଆଚlରି ଉପସ୍ଥିତ ରହି ଏକ ସୌଜନ୍ୟ ମୂଳକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ l ଶ୍ରୀ ପାଢ଼ୀ ଗଞ୍ଜାମର ହିଞ୍ଜିଳିକlଟୁରେ ପ୍ରଧାନ ଆଚାର୍ଯ୍ୟ ଭାବେ କାର୍ଯ୍ୟରତ ଥିଲେ l ପ୍ରକାଶ ଥାଉକି ଶ୍ରୀ ପାଢ଼ୀ ପୂର୍ବରୁ ଫୁଲବାଣୀ ଶିଶୁ ମନ୍ଦିରରେ ଆରଂଭରୁ ଆଚାର୍ଯ୍ୟ ଭାବେ କାମ କରି ପ୍ରଧାନ ଆଚାର୍ଯ୍ୟ ଦାୟିତ୍ୱ ମଧ୍ୟ ତୁଲାଇ ଥିଲେ l ତାଙ୍କର ପୁନଃ ଯୋଗଦାନକୁ ସବୁ ମହଲରୁ ସ୍ୱାଗତ କରାଯାଇଛି l ସହରର ସବୁଠୁ ଗୁଣାତ୍ମକ ଓ ସଂସ୍କୃତି ଆଧାରିତ ଶିକ୍ଷା ପ୍ରଦାନ କରୁଥିବା ଏହି ଅନୁଷ୍ଠାନ ଶ୍ରୀ ପାଢ଼ୀଙ୍କ ସମୟରେ ଅଧିକ ସକ୍ରିୟ ହୋଇ ପାରିବ ବୋଲି ଉପସ୍ଥିତ ବକ୍ତାମାନେ ଆଶା ପୋଷଣ କରିଛନ୍ତି l ବିଦାୟୀ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବିଷୋୟୀ ଗଂଜାମର ଡ଼େଙ୍ଗାଓସ୍ତlକୁ ବଦଳି ହୋଇଛନ୍ତି l

Leave a comment

Your email address will not be published. Required fields are marked *