#Breaking News

କୋଟଗଡ଼ ତହସିଲଦାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ,ଅଳ୍ପକେ ବର୍ତ୍ତିଲେ ତହସିଲଦାର


ଫୁଲବାଣୀ(ସୁନୀଲପଟନାୟକ)
ରବିବାର କୋଟଗଡ଼ତହସିଲଦାର ଫୁଲ ବାଣୀ ଆସୁଥିବାବେଳେ କ.ନୁଆଗାଁ ଚାଉଳ ଗୋଦାମ ବୁଲାଣୀରେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇପଡିଥିଲା। ହେଲେ ସୌଭାଗ୍ୟବଶତଃ ତହସିଲଦାର ଅଳ୍ପକେ ବର୍ତ୍ତିଯାଇଥିବା ଖବର ମିଳିଛି । ଦୁର୍ଘଟଣା ଗସ୍ତ ମହିନ୍ଦ୍ରାଟିୟୂଭି- ଗାଡି ନମ୍ବର ଓଡ଼ି୨୫ -କେ-୯୭୦୦
ଆଜି ଜିଲ୍ଲାପାଳ ଡା .ବୃନ୍ଦାଡ଼ିଙ୍କ ବଦଳୀ ହୋଇଯିବା ଫଳରେ ବିଦାୟ କଳୀନ ଫେରୱେଲ ମିଟିଙ୍ଗ ରେ ବୋଧହୁଏ ଯୋଗଦେବାଲାଗି ଆସୁଥିବାବେଳେ ଅପରାହ୍ନ୫ଟାରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଗାଡିଟି ସାମାନ୍ୟ କ୍ଷତିଗସ୍ତ ହୋଇଥିବାବେଳେ ଏଥିରେ ବସିଥିବା ତହସିଲଦାର ଓ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।

Leave a comment

Your email address will not be published. Required fields are marked *