#Breaking News

କୃଷକ ଉତ୍ପାଦକ କମ୍ପାନୀପକ୍ଷରୁ ତାଲିମ କାର୍ଯକ୍ରମ

ଫୁଲବାଣୀ (,ସୁନୀଲ ପଟନାୟକ )
ଭାରତ ସରକାରଙ୍କର କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ଦଶ ହଜାର କୃଷକ ଉତ୍ପାଦକ କମ୍ପାନୀ ଗଠନ ଓ ପ୍ରୋତ୍ସାହନ ଯୋଜନାରେ ଗଠିତ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଓ ଚକାପାଦ ବ୍ଲକ ର ଦୁଇଗୋଟି କୃଷକ ଉତ୍ପାଦକ କମ୍ପାନୀର ନିର୍ଦ୍ଦେଶକ ମାନଙ୍କର ଦିନିକିଆ ତାଲିମ  କାର୍ଯ୍ୟକ୍ରମ, ସ୍ଥାନୀୟ ଆଇ.ଟି.ଡି.ଏ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଅଛି। ଭାରତ ସରକାର ତଥା ନାବାର୍ଡ ସହାୟତାରେ ଅନୁଷ୍ଠିତ ଏହି କାର୍ଯକ୍ରମ ରେ  ସଞ୍ଜିବ କୁମାର ମହାନ୍ତି, ଏ.ଜି.ଏମ୍ ନାବାର୍ଡ କନ୍ଧମାଳ,  ପ୍ରବୀର କୁମାର ଦାସ ଅତିରକ୍ତ କୃଷି  ଇଞ୍ଜିନିୟର, ମୃତ୍ତିକା ସଂରକ୍ଷଣ ବିଭାଗ କନ୍ଧମାଳ ଫୁଲବାଣୀ  ପ୍ରମୁଖ ଉପସ୍ଥିତ ଥିଲେ। ସିବିବିଓ ମହାଶକ୍ତି  ଫାଉଣ୍ଡେସନ ର  ମୋହନ ବଳିୟାର ସିଂ ଏବଂ  ହୃଷିକେଶ ସାହୁ ତାଲିମ ଦାତା ଭାବରେ ଯୋଗଦେଇ କୃଷକ ଉତ୍ପାଦକ କମ୍ପାନୀରେ ନିର୍ଦେଶକ ମାନଙ୍କ ଦାୟିତ୍ୱ ଓ ଭୂମିକା ବିଷୟରେ ତାଲିମ ପ୍ରଦାନ କରିଥିଲେ।   ଉପସ୍ଥିତ ସରକାରୀ ପଦାଧିକାରୀ ଗଣ ସରକାରଙ୍କର ବିଭିନ୍ନ ଯୋଜନାରେ କୃଷକ ଉତ୍ପାଦକ କମ୍ପାନୀର ଭୂମିକା କଣ ଅଛି ଏବଂ ସାଧାରଣ କୃଷକ ଏହି କମ୍ପାନୀରୁ କିଭଳି ଲାଭବାନ ହୋଇପାରିବ, ସେ ବିଷୟରେ ଆଲୋଚନା କରିଥିଲେ। କୃଷକ ମାନେ ଏହି କୃଷକ ଉତ୍ପାଦକ କମ୍ପାନୀ  ମାଧ୍ୟମରେ ସଙ୍ଗଠିତ ହେଲେ  ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ସହଜରେ ବିକ୍ରି କରି ପାରିବା ସହିତ ଠିକ ସମୟରେ  ନିର୍ଦ୍ଧାରିତ ମୂଲ୍ୟ ପାଇ ଲାଭବାନ  ହୋଇ ପାରିବେ। ଦୁଇଟି  ଉତ୍ପାଦକ କମ୍ପାନୀ ର ୨୦ ଜଣ ନିର୍ଦେଶକ, ନିର୍ଦେଶିକା ଯୋଗଦେଇ ତାଲିମ ରେ  ଅଂଶଗ୍ରହଣ କରିଥିଲେ I ତାଲିମ କାର୍ଯ୍ୟକ୍ରମ ରେ ନୂଆ ସକାଳ କୃଷକ ଉତ୍ପାଦକ କମ୍ପାନୀ ର ମୁଖ୍ୟ ନିର୍ବାହୀ ଅଧିକାରୀ  ସଫିକ କୁମାର ନନ୍ଦ, ଉନ୍ନତ ଚାଷୀ ଉତ୍ପାଦକ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ  ଉତ୍ତମ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ

Leave a comment

Your email address will not be published. Required fields are marked *