ଫୁଲବାଣୀର ସଖି ୱାନଷ୍ଟପ ସେଣ୍ଟର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

Udaya_Labanya | June 22, 2022 | 100 views |0 | Breaking News


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):-କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦର ୩ ନମ୍ବର ୱାର୍ଡ ନଦିଖଣ୍ଡି ସାହିରେ ୱାନଷ୍ଟପ ସେଣ୍ଟର ପକ୍ଷରୁ ସମାଜରେ ମହିଳା ମାନଙ୍କର ଉପରେ ହେଉଥିବା ବିଭିନ୍ନ ଅତ୍ୟାଚାରରୁ ସେମାନେ କିଭଳି ରକ୍ଷା ପାଇବେ ଏବଂ ସେମାନଙ୍କ ପାଇଁ ରହିଥିବା ବିଭିନ୍ନ ସହାୟତା ବାବଦରେ ସେମାନଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ସଖି ସହାୟତା କେନ୍ଦ୍ରର କାଉନସିଲର ପ୍ରଜ୍ଞା ପ୍ରାରମ୍ଭିକା ଏବଂ ଲିଗାଲ ଆସିଷ୍ଟାଣ୍ଟ ନନ୍ଦିତା କୁମାରୀ ଯୋଗ ଦେଇ ୪୦ ଜଣ ନଦିଖଣ୍ଡି ସାହିର ମହିଳା ମାନଙ୍କୁ ସେମାନଙ୍କ ଦୈନନ୍ଦିନ ଜୀବନରେ ଘଟୁଥିବା ବଳାତ୍କାର,ଅପହରଣ ଓ ନିଖୋଜ,ପାରିବାରିକ ହିଂସା,ଏସିଡ୍ ଆକ୍ରମଣ,ଯୌନ ଉତ୍ପିଡନ ଓ ଶୋଷଣ,ମହିଳା ଚାଲାଣ,ଶିଶୁ ମାନଙ୍କର ଉପରେ ହେଉଥିବା ଯୌନ ଉତ୍ପିଡନ ଓ ଶୋଷଣ,ବାଲ୍ୟ ବିବାହ,ସାଇବର କ୍ରାଇମ,ଯୌତୁକ ନିର୍ଯ୍ୟାତନା ଓ ଏଥିରେ ଘଟୁଥିବା ମହିଳା ମାନଙ୍କର ମୃତ୍ୟୁ ଏବଂ ଅନ୍ୟାନ୍ୟ ସମସ୍ତ ହିଂସାର ସମ୍ମୁଖିନ ହେଲେ ପିଡିତା ମାନେ କେବଳ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଥିବା ସଖି ୱାନଷ୍ଟପ ସେଣ୍ଟରରେ ଛଅ ପ୍ରକାରର ସହାୟତା ପାଇ ପାରିବେ ବୋଲି ସେମାନଙ୍କୁ ବୁଝାଇ ଥିଲେ। ସେହି ସୁବିଧା ଗୁଡିକ ମଧ୍ୟରେ ପୁଲିସ ସହାୟତା, ଡାକ୍ତରୀ ଚିକିତ୍ସା, ଆଇନଗତ ସହାୟତା, ସାମାଜିକ ପରାମର୍ଶ, ନିରାପଦ ଆଶ୍ରୟ ସମତେ ସେମାନଙ୍କୁ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ବୋଲି ବୁଝାଇଥିଲେ। ଏହାସହିତ ଯେ କୌଣସି ଅସହାୟ ମହିଳା କିମ୍ବା ଯୁବତୀଙ୍କ ପାଇଁ ଆବଶ୍ୟକ ପଡିଲେ ୫ ଦିନ ପାଇଁ ସେଠାରେ ରଖାଯିବା ସହିତ ସେମାନଙ୍କୁ ସବୁ ପ୍ରକାରର ସହାୟତା ପ୍ରଦାନ କରାଯିବା ଦିଗରେ ସାହାଯ୍ୟ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି।

Share this
  •  
  •  
  •  
  •  
  •  
  •  
  •  

Related Posts

ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ…

Udaya_Labanya | February 8, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ…

ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ…

Udaya_Labanya | February 8, 2023 | 11 views | 0

ଫୁଲବାଣୀ :-( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ସାମାଜ ସେବୀ ଅଶୋକ…

Leave a Reply

Your email address will not be published. Required fields are marked *

Archives

Categories