#Breaking News

ପୋକସୋ ଆଇନ ସମ୍ପର୍କରେ ସଚେତନତା


ଫୁଲବାଣୀ -(ସୁନୀଲ ପଟନାୟକ )
ଡିଏଲଏସଏ ପକ୍ଷରୁ ଖଜୁରୀପଡା ବ୍ଲକ ଟିଟ୍ରାପଙ୍ଗା ଠାରେ ପୋକସୋ ଆଇନ ଓ ଜଷ୍ଟିସ ଜୁଭେନାଇଲ ଆକ୍ଟ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା l
ଏହି ସଚେତନତା ସଭାରେ ଡି ଏଲ ଏସ ଏ ର ସଚିବ ଶ୍ରୀମତୀ ରମାଦେବୀ ସୋରେନମୂଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବାବେଳେ ସଦସ୍ୟ ତଥା ସମାଜସେବୀ ଅଶୋକ ପ୍ରଧାନ, ନିରଞ୍ଜନ ପାଣ୍ଡେ, ସରପଞ୍ଚ ଓ ନାଏବ ସରପଞ୍ଚ ଟିଟ୍ରା ପଙ୍ଗା ପଂଚାୟତ ସମ୍ମାନିତ ଅତିଥୀ ଭାବେ ଯୋଗ ଦେଇ ଶିଶୁ ମାନଙ୍କ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ଆଇନ କାନୁନ ସମ୍ପର୍କରେ ସଚେତନ କରିଥିଲେ lଆଜିର ଶିଶୁ କାଲି ର ଭବିଷ୍ୟତ, ଏଣୁ ସେମାନଙ୍କ ସୁରକ୍ଷା ନିତାନ୍ତ ଜରୁରୀ ବୋଲି ଆହୁରି କହିଥିଲେ l
ସେହିପରି ଡି ଏଲ ଏସ ଏ ର କର୍ମଚାରୀ ଆଶିଷ ଓ ଧ୍ୟାନ ଶିବିରକୁ ସୁଚାରୁରୂପେ ପରିଚାଳନା କରିଥିଲେ l

Leave a comment

Your email address will not be published. Required fields are marked *