#Breaking News

ନିଜପାଇଁ ନିଜେ ଶ୍ରାମ ଦାନ କରି ବାଉଁଶ ନଳା ରେ ଗାଁ କୁ ପାଣି ଆଣି ଲେ ଗ୍ରାମବାସୀ


ଫୁଲବାଣୀ (ସୁନୀଲ ପତନୟକ )ପିଇବା ପାଣି ମୁନ୍ଦିଏ ପାଇଁ ପ୍ରଶାସନ କୁ ନେହୁରା ହେଲେ ହେଲେ ଶୁଣିଲାନି ପ୍ରଶାସନlଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ଏକଜୁଟ ହୋଇ ଅର୍ଥ ସଂଗ୍ରହ କରିବାସହ ଶ୍ରମ ଦାନ କରି ବାଉଁଶ ନଳା କୁ ଜଏଣ୍ଟ କରି ଗାଁ କୁ ପାଣି ଆଣିବାରେ ସଫଳ ହେଇଛନ୍ତି lଯାହାକି ପ୍ରଶାସନ ର ପାରିବା ପଣିଆ ପ୍ରତି ଆଙ୍ଗୁଳି ଉଠିଛି l
ଏଭଳି ଖବର ଅସିଛି କନ୍ଧମାଳ ଜିଲ୍ଲା ଦାରିଂବାଡ଼ି ବ୍ଲକ ର ମାଓ ଅଧୁସିତ ଦୁର୍ଗମ ସୋନପୁର ପଂଚାୟତ ର ଛକ ସାହି, ବିନ୍ଧାଣି ସାହି, ପଦାସାହି, ଡୁଗେଟ ମାହା ଆଦି ଅଂଚଳରୁ lସେମାନେ ପ୍ରଶାସନ କୁ ଚାଲେଞ୍ଜ ଦେଇ ଏହା କରିଦେଖାଇଛନ୍ତି lପୂର୍ବରୁ ଗାଁ ରେ ଥିବା ୩ଟି ଯାକ ନଳକୂପ ଅଚଳହୋଇପଡି଼ବାଫଳରେ ଏ ସବୁ ଅଂଚଳ ର ଲୋକେ ମରାମତି ପାଇଁ ବହୁବାର ପ୍ରଶାସନ ନିକଟ ରେ ଅନୁରୋଧ କରିଥିଲେ lହେଲେ ବାବୁ ମାନେ ଶୁଣିନଥିଲେ lଫଳରେ ପାଣି ପାଇଁ ଗ୍ରାମର ପ୍ରାୟ ୮ 0ପରିବାର ହନ୍ତସନ୍ତ ହେଉଥିଲେ lଶେଷରେ ଗ୍ରାମବାସି ଏକଜୁଟହୋଇ ଗାଁ ରେ ଏକ ବଡ଼ ସିମେଣ୍ଟ କୁଣ୍ଡ ନିର୍ମାଣ କରିଥିଲେ lପରେ ପାହାଡ଼ ଉପରେ ଥିବା ଏକ ଝରଣା ରୁ୨ କିମି ବାଟ ବାଉଁଶ ନଳା କୁ ଜଏଣ୍ଟ କରି କୁଣ୍ଡ ରେ ପକାଇଥିଲେ l କୁଣ୍ଡ ରେ ପାଣି ଜମା ହେବା ପରେ ସେହିପାଣି କୁ ଏବେ ଗ୍ରାମର ସମସ୍ତ ପରିବାର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି lଏହା କରିବାକୁ ଗ୍ରାମର ଲୋକଙ୍କୁ ପ୍ରାୟ ଏକ ସପ୍ତାହ ଶ୍ରମ ଦାନ କରିବାକୁ ପଡିଥିଲା ବୋଲି ଗ୍ରାମବାସି କହିଛନ୍ତି l
ତେଵେ ଏନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଙ୍କୁ ପଚାରିବାରେ ପାନୀୟ ଜଳ ସମସ୍ୟା ନେଇ ତାଙ୍କ ନିକଟରେ ସେଭଳି କିଛି ଅଭିଯୋଗ ନାହିଁ, ଏବେ ଜାଣିବାପରେ ପାନୀୟ ଜଳ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି l ତେଵେ ପ୍ରଶାସନ କେବେ ପାନୀୟ ଜଳ ସମସ୍ୟା ସମଧାନକରୁଛି ଦେଖିବା କଥା l

Leave a comment

Your email address will not be published. Required fields are marked *